Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ଗୁପ୍ତ ନବରାତ୍ରି ଆରମ୍ଭ : ଜାଣନ୍ତୁ କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ ଏବଂ ପୂଜାବିଧି

22/06/2020 at 9:32 AM

ନୂଆଦିଲ୍ଲୀ ୨୨/୬: ଚୈତ୍ର କିମ୍ବା ବାସନ୍ତିକ ନବରାତ୍ରି ଏବଂ ଆଶ୍ବିନ କିମ୍ବା ଶାରଦୀୟ ନବରାତ୍ରି ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହା ଅତିରିକ୍ତ ଆଉ ଦୁଇଟି ନବରାତ୍ରି ମଧ୍ୟ ରହିଛି ଯେଉଁଥିରେ ବିଶେଷ କାମନାର ସିଦ୍ଧି କରାଯାଇଥାଏ। କମ୍ ଲୋକଙ୍କୁ ଏହା ବିଷୟରେ ସୂଚନା ଥିବା ଏବଂ ଏହା ପଛରେ ଥିବା ଲୁଚିଥିବା ରହସ୍ୟମୟ କାରଣ ଯୋଗୁଁ ଏହାକୁ ଗୁପ୍ତ ନବରାତ୍ରି କୁହାଯାଏ। ଗୁପ୍ତ ନବରାତ୍ରି ଏଥର ଜୁନ୍ ୨୨ତାରିଖ ଅର୍ଥାତ୍ ଆଜିଠୁ ଆରମ୍ଭ ହୋଇଛି।

ସବୁ ମିଶାଇ ବର୍ଷକୁ ୪ଥର ନବରାତ୍ରି ହୋଇଥାଏ। ଏହି ୪ଟି ନବରାତ୍ରି ଋତୁ ପରିବର୍ତ୍ତନ ସମୟରେ ପାଳନ କରାଯାଇଥାଏ। ମହାକାଳ ସଂହିତା ଏବଂ ତମାମ ଶାକ୍ତ ଗ୍ରନ୍ଥରେ ଏହି ୪ଟି ନବରାତ୍ରିର ମହତ୍ତ୍ବ ବିଷୟରେ କୁହାଯାଇଛି। ଏଥିରେ ବିଶେଷ ଧରଣର ଇଚ୍ଛା ପୂରଣ ତଥା ସିଦ୍ଧି ପ୍ରାପ୍ତି ପାଇଁ ପୂଜା ଏବଂ ଅନୁଷ୍ଠାନ କରାଯାଇଥାଏ।

କଳସ ସ୍ଥାପନାର ମୁହୂର୍ତ୍ତ :

–         ସାମାନ୍ୟ ନବରାତ୍ରିରେ ସାଧାରଣତଃ ସାତ୍ତ୍ବିକ ଏବଂ ତାନ୍ତ୍ରିକ ପୂଜା କରାଯାଇଥାଏ।

–         ଗୁପ୍ତ ନବରାତ୍ରିରେ ପ୍ରାୟତଃ ତାନ୍ତ୍ରିକ ପୂଜା କରାଯାଇଥାଏ।

–         ଗୁପ୍ତ ନବରାତ୍ରିରେ ଅଧିକ ପ୍ରଚାର ପ୍ରସାର କରାଯାଇନଥାଏ ବରଂ ନିଜ ସାଧନାକୁ ଗୋପନ ରଖାଯାଇଥାଏ।

–         ଗୁପ୍ତ ନବରାତ୍ରିରେ ପୂଜା ଏବଂ ମନୋସ୍କାମନା ଯେତିକି ଅଧିକ ଗୋପନୀୟ ହେବ,ସେତେ ଅଧିକ ସଫଳତା ମିଳିବ।

ଗୁପ୍ତ ନବରାତ୍ରିରେ ମାଙ୍କ ପୂଜାବିଧି :

– ୯ଦିନ ପାଇଁ କଳସ ସ୍ଥାପନା କରାଯାଇଥାଏ।

– ଯଦି କଳସ ସ୍ଥାପନା କରାଯାଇଛି ତେବେ ଦୁଇବେଳା ମନ୍ତ୍ର ଜପ,ଚାଳିଶା କିମ୍ବା ସପ୍ତଶତୀ ପାଠ କରିବା ଉଚିତ୍।

– ଦୁଇ ବେଳା ଆଳତୀ କରିବା ଶୁଭ ହେବ।

– ମା’ଙ୍କୁ ଦୁଇ ବେଳା ଭୋଗ ଲଗାନ୍ତୁ,ସବୁଠୁ ସରଳ ଏବଂ ଉତ୍ତମ ଭୋଗ ହେଉଛି ଲବଙ୍ଗ ଏବଂ ତିଲୁଆ।

– ମା’ଙ୍କ ପାଇଁ ଲାଲ ଫୁଲ ସର୍ବୋତ୍ତମ ହୋଇଥାଏ କିନ୍ତୁ ମା’ଙ୍କୁ ଅରଖ,ମନ୍ଦାର,ଦୁବ ଏବଂ ତୁଳସୀ ବିଲକୁଲ ଚଢ଼ାନ୍ତୁ ନାହିଁ।

– ପୂରା ୯ଦିନ ନିଜ ଖାଦ୍ୟପେୟ ଏବଂ ଆହାର ସାତ୍ତ୍ବିକ ରଖନ୍ତୁ।

ଗୁପ୍ତ ନବରାତ୍ରିର ମହା ପ୍ରୟୋଗ :

  • ଏକ କାଠର ଚୌକି ଉପରେ ଲାଲ କପଡ଼ା ବିଛାନ୍ତୁ।
  • ତାହା ଉପରେ ମା’ଙ୍କ ମୂର୍ତ୍ତି କିମ୍ବା ପ୍ରତିକୃତି ସ୍ଥାପନା କରନ୍ତୁ।
  • ମା’ଙ୍କ ସମକ୍ଷରେ ଏକ ବଡ଼ ଘିଅର ଏକମୁଖୀ ଦୀପ ଜଳାନ୍ତୁ।
  • ସକାଳେ ଏବଂ ସନ୍ଧ୍ୟାରେ ମା’ଙ୍କ ବିଶିଷ୍ଟ ମନ୍ତ୍ର ୧୦୮ଥର ଜପ କରନ୍ତୁ।
  • ମନ୍ତ୍ରଟି ହେଉଛି- ‘ଓଁ ଏଁ ହ୍ରୀଁ କ୍ଲିଂ ଚାମୁଣ୍ଡାୟ ବିଚ୍ଚେ।’

   Related Posts