Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଗୁପକାର ଗ୍ୟାଙ୍ଗ୍ ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କ ଯୁଗ ଆଣିବାକୁ ଚାହୁଁଛନ୍ତି, ସୋନିଆ-ରାହୁଲ ଏହାକୁ ସମର୍ଥନ କରୁଛନ୍ତି କି ?-ଅମିତ ଶାହା

17/11/2020 at 6:23 PM

ନୂଆଦିଲ୍ଲୀ ୧୭/୧୧ : ଜାମ୍ମୁ-କାଶ୍ମୀରରେ ରାଜନୈତିକ ଦଳଗୁଡିକର ଗୁପକାର ଗଠବନ୍ଧନରେ କଂଗ୍ରେସ ଦଳ ସାମିଲ ହେବା ନେଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଟ୍ବିଟ କରି ଶାହା ପିପୁଲ୍ସ ଆଲିୟାନ୍ସ ଫର ଗୁପକାର ଡିକ୍ଲାରେସନ (ପିଏଜିଡି)କୁ ଗୁପକାର ଗ୍ୟାଙ୍ଗ୍ କହିବା ସହ ଜାମ୍ମୁ-କାଶ୍ମୀର‌ରେ ବିଦେଶୀ ଶକ୍ତିକୁ ପ୍ରବେଶ କରିବାକୁ ଏମାନେ ଷଡଯନ୍ତ୍ର କରୁଥିବା କହିଛନ୍ତି । ଶାହା କହିଛନ୍ତି ଗୁପକାର ଗ୍ୟାଙ୍ଗ ରାଷ୍ଟ୍ରୀୟ ଭାବନା ଅନୁରୁପ ଚାଲନ୍ତୁ ନହେଲେ ଦେଶର ଜନତା ତାଙ୍କୁ ଡୁବେଇ ଦେବେ । ଶାହା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏବଂ ଗୁପକାର ଗ୍ୟାଙ୍ଗ୍ ଜାମ୍ମୁ-କାଶ୍ମରୀ​‌ରେ ପଣି ଥରେ ଆତଙ୍କ ଏବଂ ଉତପାତର ଯୁଗକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । କଂଗ୍ରେସର ଗୁପକାର ମେଣ୍ଟକୁ ସମର୍ଥନ ଦେବା ଉପରେ ଶାହା କହିଛନ୍ତି, ଗୁପକାର ଗ୍ୟାଙ୍ଗ ଭାରତର ତ୍ରିରଙ୍ଗାର ଅପମାନ କରନ୍ତି। କଣ ସୋନିଆ ଜୀ ଓ ରାହୁଲ ଗୁପକାର ଗ୍ୟାଙ୍ଗର ଏମିତି ପଦକ୍ଷେପକୁ ସମର୍ଥନ କରନ୍ତି ? ତାଙ୍କୁ ଦେଶର ଜନତାଙ୍କ ସାମ୍ନାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍। ଏହି ଗ୍ଲୋବାଲ ମେଣ୍ଟର ଉଦ୍ଦେଶ୍ୟ କୌଣସି ପ୍ରକାରରେ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ପୁନର୍ବାର ଲାଗୁ କରିବା।

ଶାହା କହିଛନ୍ତି, କଂଗ୍ରେସ ଓ ଗୁପକାର ଗ୍ୟାଙ୍ଗ ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କୁ ଆଣିବାକୁ ଚାହାନ୍ତି। ସେମାନେ ଦଳିତ, ମହିଳା ଓ ଆଦିବାସୀଙ୍କ ଅଧିକାରକୁ ଛଡାଇ ନେବାକୁ ଚାହାନ୍ତି, ଯାହା ଆମେ ଧାରା ୩୭୦ ଉଚ୍ଛେଦ କରି ଦେଇଛୁ। ଏହି କାରଣରୁ ଦେଶର ଜନତା ସେମାନଙ୍କୁ ସମସ୍ତ ଜାଗାରେ ପ୍ରତ୍ୟାଖାନ କରୁଛନ୍ତି। ଶାହା କହିଛନ୍ତି, ଜାମ୍ମୁ ଓ କାଶ୍ମୀର ସର୍ବଦା ଭାରତର ଆଭ୍ୟନ୍ତରୀଣ ଅଂଶ। ଭାରତର ଲୋକ ରାଷ୍ଟ୍ରହିତ ବିରୋଧରେ ଗଠିତ କୌଣସି ପ୍ରକାରର ଅପବିତ୍ର ଗ୍ଲୋବାଲ ମେଣ୍ଟକୁ ସହ୍ୟ କରିବେ ନାହିଁ। ଯଦି ଗୁପକର ଗ୍ୟାଙ୍ଗ ଦେଶର ମୁଡ୍‌ ସହିତ ଚାଲିବେ ନାହିଁ ତେବେ ଡୁବି ଯିବେ।

ଉଲ୍ଲେଖନୀୟ ଗୁପକାର ମେଣ୍ଟର  ବରିଷ୍ଠ ନେତା ଲଗାତାର ଦେଶ ବିରୋଧୀ ବୟାନବାଜି କରୁଛନ୍ତି। ଅକ୍ଟୋବର ୧୧ରେ ଫାରୁକ ଅବଦୁଲ୍ଲା କହିଥିଲେ ଯେ, ଚୀନ ସହାୟତାରେ ଜାମ୍ମ –କାଶ୍ମୀରରେ ପୁନର୍ବାର ଧାରା ୩୭୦ ଲାଗୁ କରାଯିବ। ପୁଣି ଅକ୍ଟୋବର ୨୪ରେ ମେହବୁବା ମୁଫତିଙ୍କ ଅତ୍ୟନ୍ତ ବିବାଦ୍ୟ ବୟାନ ସାମ୍ନାକୁ ଆସିଥିଲା। ସେ କହିଥିଲେ, କାଶ୍ମୀର ପତାକା ବ୍ୟତୀତ ସେ ଦେଶର ପତାକା ଉଠାଇବେ ନାହିଁ। ମେହବୁବାଙ୍କ ଏହି ଆଭିମୁଖ୍ୟ ଉପରେ ବିଜେପି ଗଭୀର ଚିନ୍ତା ପ୍ରକଟ କରିଥିଲା।

   Related Posts