ବିଜେଡି ଛାଡିଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ

Published By : Prameya-News7 Bureau | March 18, 2019 IST

ଭୁବନେଶ୍ବର୧୮|୩ : ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁରୁ ବିଧାୟକ ତ୍ରିନାଥ ଗମାଙ୍ଗ । ନବୀନ ନିବାସରୁ ଫେରିବା ପରେ ଇସ୍ତଫା ଦେଇଥିବା ନେଇ ବିଧାୟକ ତ୍ରିନାଥ ଗମାଙ୍ଗ ସୂଚନା ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ତ୍ରିନାଥ ।

୨୦୧୪ରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ତ୍ରିନାଥ ଗମାଙ୍ଗ । ତ୍ରିନାଥ ଗମାଙ୍ଗ ହେଉଛନ୍ତି ହେମା ଗମାଙ୍ଗଙ୍କ ନିଜ ଭାଇ ଓ ଗିରିଧାରୀ ଗମାଙ୍ଗଙ୍କ ଶଳା । ତେବେ ଚଳିତ ନିର୍ବାଚନରେ ଗୁଣୁପୁରରୁ ରଘୁନାଥ ଗମାଙ୍ଗଙ୍କୁ ଟିକଟ ମିଳିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ସେହି ଅନୁସାରେ ରଘୁନାଥ ଗମାଙ୍ଗ ମଧ୍ୟ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର କରିସାରିଲେଣି । ତେଣୁ ଏଥର ସେ ଟିକଟ୍ ନପାଇବା ଆଶଙ୍କାରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ତ୍ରିନାଥ । କୁହାଯାଉଛି ଟିକଟ ନମିଲିଲେ ମଧ୍ୟ ତ୍ରିନାଥ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ରଘୁନାଥ ଗମାଙ୍ଗ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଭାଗିରଥୀ ଗମାଙ୍ଗଙ୍କ ଶଳା ।

{"id":94699,"align":"center","width":481,"height":667}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.