Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନାଇଜେରିଆରେ ଚୋରମାନଙ୍କ ଆତଙ୍କରାଜ : ୫୦ରୁ ଅଧିକ କୃଷକଙ୍କୁ ଗୁଳିକରି ହତ୍ୟା

13/06/2021 at 11:27 AM

ନାଇଜେରିଆ ୧୩/୬: ଉତ୍ତର-ପଶ୍ଚିମ ରାଜ୍ୟ ଜାମଫାରାରେ ଚୋରମାନେ ଅତି କମରେ ୫୩ ଜଣଙ୍କୁ ହତ୍ୟା କରିଛନ୍ତି । ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀମାନେ ମୋଟରସାଇକେଲ ଯୋଗେ ଆସି ଜୁର୍ମି ଜିଲ୍ଲାର ଅତି କମରେ ୬ଟି ଭିନ୍ନ ଭିନ୍ନ ଗାଁର ଚାଷୀଙ୍କୁ ଆକ୍ରମଣ କରିଥିଲେ । ଜାମଫାରା ପୋଲିସର ମୁଖପାତ୍ର ମହମ୍ମଦ ଶେହୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଆକ୍ରମଣ ଭୟରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ ।

ସେମାନଙ୍କୁ ହତ୍ୟା କରିବାକୁ ବି ପଛାଇନଥିଲେ । ଶ୍ରୀ ଶେହୁ କହିଛନ୍ତି ଯେ ଏହି ଆକ୍ରମଣ ଗୁରୁବାର ଏବଂ ଶୁକ୍ରବାର ଦିନ କରାଯାଇଥିଲା । ଶୁକ୍ରବାର ଦିନ ଅତି କମରେ ୧୪ ଟି ମୃତଦେହ ରାଜଧାନୀ ଗୁସାଉକୁ ନିଆଯାଇଥିଲା । ଏହି ସମୟରେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେମାନେ ଆହୁରି ୩୯ଟି ମୃତଦେହ ଉଦ୍ଧାର କରି ସହରରେ ପୋତି ଦେଇଛନ୍ତି । ଜୁରମି ଜିଲ୍ଲାର ବାସିନ୍ଦା ଗାଁ ଉପରେ ଏଭଳି ଆକ୍ରମଣ, ହମଲା, ଘଟଣାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତ ସପ୍ତାହରେ ରାଜପଥ ଅବରୋଧ ବି କରିଥିଲେ ।

   Related Posts