‘ଗୁଞ୍ଜନ ସକ୍ସେନା ,ଦ କାରଗିଲ୍ ଗାର୍ଲ’କୁ ନେଇ ବିବାଦ ଥମୁନି,କାରଗିଲ ଯୁଦ୍ଧରେ ପ୍ରଥମ ମହିଳା ପାଇଲଟ ନଥିଲେ ଗୁଞ୍ଜନ : ସିନେମାର କ୍ଲାଇମାକ୍ସରେ ରହିଛି ଭୁଲ୍ ତଥ୍ୟ

Published By : Prameya-News7 Bureau | August 18, 2020 IST

ମୁମ୍ବାଇ ୧୮/୮: ଜାହ୍ନବୀ କପୁରଙ୍କ ଫିଲ୍ମ ଗୁଞ୍ଜନ ସକ୍ସେନା ଦ କାରଗିଲ୍ ଗାର୍ଲ ଗତ କିଛି ଦିନରୁ ଚର୍ଚ୍ଚାରେ ରହିଛି। ଏବେ ନିକଟରେ ଅବସରପ୍ରାପ୍ତ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶ୍ରୀବିଦ୍ୟା ରାଜନ୍ ଫିଲ୍ମରେ ଦିଆଯାଇଥିବା ତଥ୍ୟାତ୍ମକ ସୂଚନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀବିଦ୍ୟା ରାଜନ ଫେସବୁକରେ ଏକ ଲମ୍ବା ପୋଷ୍ଟରେ ଲେଖିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ ସେ ଏୟାରଫୋର୍ସ ଏକାଡେମୀ ଏବଂ ହେଲିକପ୍ଟର ଟ୍ରେନିଂ ସ୍କୁଲରେ ଗୁଞ୍ଜନ ସକ୍ସେନାଙ୍କ ସହ ଟ୍ରେନିଂ ନେଇଥିଲେ।

ଶ୍ରୀବିଦ୍ୟା ରାଜନ୍ ଲେଖିଥିଲେ ଯେ ଉଭୟଙ୍କୁ ୧୯୯୬ମସିହାରେ ଉଧମପୁରରେ ପୋଷ୍ଟ କରାଯାଇଥିଲା କିନ୍ତୁ ଫିଲ୍ମରେ ଦେଖାଯାଇଥିଲା ଯେ ୟୁନିଟରେ ସେ ଏକୁଟିଆ ମହିଳା ପାଇଲଟ ଥିଲେ।

ସେମାନଙ୍କ ଉଡ଼ାଣ ତାଙ୍କ ଆଗମନ କିଛି ଦିନ ଭିତରେ ଆରମ୍ଭ ହୋଇଥିଲା ଏବଂ ଫିଲ୍ମରେ ଭୁଲ୍ ଭାବେ ଦର୍ଶାଯାଇଥିଲା। ଛୋଟ କାରଣ ଯୋଗୁଁ କେବେ ରଦ୍ଦ ହୋଇନଥିଲା। ସ୍କ୍ବାଡ୍ରନ୍ କମାଣ୍ଡର ଜଣେ ପେଶାଦାର ଥିଲେ। ଫିଲ୍ମରେ ଦର୍ଶାଯାଇଥିବା ଅନୁସାରେ ସେମାନେ କେବେ ଅପମାନଜନକ ଶାରିରୀକ ଶକ୍ତି ପ୍ରଦର୍ଶନର ସମ୍ମୁଖୀନ ହୋଇନଥିଲେ। ସେମାନେ ନିଜ ସହଯୋଗୀଙ୍କ ଦ୍ବାରା କେବେ ଖରାପ ବ୍ୟବହାର କିମ୍ବା ଅପମାନିତ ହୋଇନଥିଲେ ଯେପରି ଫିଲ୍ମରେ ଦେଖାଯାଇଛି।

ଫିଲ୍ମରେ କାରଗିଲ୍ ଅପରେସନରେ ଉଡ଼ାଣ ଭରିଥିବା ଏକମାତ୍ର ମହିଳା ପାଇଲଟଭାବେ ଗୁଞ୍ଜନ ସକ୍ସେନାଙ୍କୁ ଦେଖାଯାଇଥିଲା। ଏହା ତଥ୍ୟାତ୍ମକ ଭୁଲ୍।

ଗୁଞ୍ଜନ ଏବଂ ତାଙ୍କୁ ଦୁଇଟି ଷ୍ଟେସନରେ ଏକାଠି ପୋଷ୍ଟ କରାଯାଇଥିଲା। ତାଙ୍କ ସହପାଠୀ ଏବଂ ଭଲ ବନ୍ଧୁ ହେବା ଦୃଷ୍ଟିରୁ ତାଙ୍କ ମତରେ ଫିଲ୍ମ ନିର୍ମାତା ପ୍ରଚାର ପାଇଁ ଗୁଞ୍ଜନ ଦ୍ବାରା ଦିଆଯାଇଥିବା ତଥ୍ୟକୁ ବୁଲାଇ ବଙ୍କାଇ ଦେଇଛନ୍ତି।

ସେ ଶେଷରେ ଲେଖିଛନ୍ତି,‘ ରକ୍ଷା ସେବାରେ ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ କୌଣସି ଅସମାନତା ନାହିଁ। ସେମାନେ ସମସ୍ତ ପୋଷାକରେ ଅଧିକାରୀ।

  

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.