ଗୁପ୍ତଧନ ଆଶାରେ ଗୁଣିଗାରେଡ଼ି ! ଘଟଣାସ୍ଥଳରୁ ୫ଫେରାର, ୨ଜଣଙ୍କୁ କାବୁ କଲେ ଗ୍ରାମବାସୀ

Published By : Prameya-News7 Bureau | November 03, 2020 IST

କଳାହାଣ୍ଡି ୦୩।୧୧: ଗୁପ୍ତଧନ ଆଶାରେ ଗୁଣିଗାରେଡି । କଳାହାଣ୍ଡି ଧର୍ମଗଡ଼ ଥାନା ରଙ୍କବାହାଲ ଗାଁରେ ଘଟଣା । ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ୫ଜଣ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଅନେକ ପୂଜା ସାମଗ୍ରୀ ଜବତ ହୋଇଛି । ପୋଲିସ ଘଟଣାସ୍ଥଳ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଧର୍ମଗଡ଼ ଥାନା ରଙ୍କବାହାଲ ଗାଁରେ ଗୁପ୍ତଧନ ଆଶାରେ କିଛି ଲୋକ ଗୁଣିଗାରେଡି କରୁଥିବାର ସ୍ଥାନୀୟ ଲୋକେ ସୂଚନା ପାଇଥିଲା । ଯାହାପରେ ଗ୍ରାମବାସୀ ଗୁଣିଗାରେଡି କରୁଥିବା ଲୋକଣାନଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୫ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ୨ଜଣଙ୍କୁ ଗ୍ରାମବାସୀ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଘଟଣାସ୍ଥଳରେ ଏକ ୪ଫୁଟର ଗାତ ଖୋଲାଯାଇଥିବା ସହ ଗୁଣି ଗାରେଡିରେ ବ୍ୟବହୃତ ପୂଜା ସାମଗ୍ରୀ ଜବତ ହୋଇଛି ।

ସେହିପରି ଘଟଣାସ୍ଥଳରୁ ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି । ଘଟଣାସମ୍ପର୍କରେ ଖବର ପାଇବା ପରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଘଟଣାରେ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛି । ତେବେ ଚାଲିଥିବା ଏହି ଗୁଣିଗାରେଡି ଗୁପ୍ତଧନ ପାଇଁ ନା ଆଉ କିଛି , ତାହା ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ । ଅଟକ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କଲେ ଘଟଣାସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.