Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବଳି ପାଇଁ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଘଟଣା, ଗୁଣିଆ ଗିରଫ

10/10/2020 at 8:48 AM

ସାନଖେମୁଣ୍ଡି ୧୦।୧୦: ବଳୀ ପାଇଁ ନାବାଳିକାକୁ ଅପହରଣ ଘଟଣା । ମାମଲାରୁ ଜଣେ ଗୁଣିଆକୁ ଗିରଫ କରିଛି ପୋଲିସ । ଗିରଫ ଗୁଣିଆର ନାମ  ରତ୍ନାକର ସେଠୀ, ତାଙ୍କୁ କୋଲକାତାରୁ ଗିରଫ କରିଛି ପୋଲିସ । ରତ୍ନାକରଙ୍କ ଘର ସେରଗଡ଼ ଅଞ୍ଚଳର ବରମୁଣ୍ଡଳୀ ଗାଁର ବୋଲି ଜଣାପଡିଛି । ତାଙ୍କ ନିକଟରୁ ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ପୂର୍ବରୁ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ବାଇଁ ଓ ୨ଟି ଖଣ୍ଡା ଜବତ ହୋଇଛି ।

ଆସିକା ଥାନା ଚଶାପିତଲ ଗାଁରେ ଜଣେ ୧୨ବର୍ଷର ନାବାଳିକାକୁ ବଳିଦେବା ପାଇଁ ଅପହରଣ କରାଯାଇଥିଲା । ଅଭିଯୁକ୍ତମାନେ ସଂପୃକ୍ତ ୩୦ହଜାର ଟଙ୍କା ଦେଇ ଭାଇଠାରୁ ନାବାଳିକାକୁ କିଣିବା ପାଇଁ ଉଦ୍ୟମ କରି ବିଫଳ ହେବାରୁ ଧମକ ଚମକ ଦେଉଥିଲେ । ଏନେଇ ପୋଲିସରେ ନାବାଳିକାଙ୍କ ଭାଇ  ଥାନାରେ ଏତଲା ଦେଇଥିଲା । ପୋଲିସ ତ୍ୱିରତ କାର୍ଯ୍ୟାନୁଷ୍ଠାନ ନେଇ ୪ଜଣଙ୍କ ଗିରଫ କରିବା ସହ ଅନ୍ୟ ୫ଜଣ ଫେରାର ଥିଲେ ।

ଯାହାକୁ ଖୋଜିବା ପାଇଁ ପୋଲିସ ଟିମ୍‌ ଗଠନ କରିଥାଲ । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବୟାନରେ ନାବାଳିକାଙ୍କୁ ଅପହରଣ କରି ହିଞ୍ଜିଳି ନିକଟରେ ଥିବା ଏକ କେଉଁ ମନ୍ଦିରରେ ବଳି ଦେଇଥାନ୍ତେ । ବଳି ଦେଇଥିଲେ କୁଆଡେ ଟଙ୍କାର ବର୍ଷା ହୋଇଥାନ୍ତା ବୋଲି ଗିରଫଙ୍କ ବୟାନକୁ ଆଧାର କରି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି। ଗତ ସେପ୍ଟେମ୍ବର ୬ ତାରିଖରେ ଉକ୍ତ ଘଟଣାଟି ଘଟିଥିଲା।

   Related Posts