ଜୟପୁରରେ ପୋଲିସ-ଅପରାଧୀ ମୁହାଁମୁହିଁ ; ଦୁର୍ଦ୍ଦାନ୍ତ ଅପରାଧୀ ଶେକ୍ ଜାଭେଦ ଅଖତରକୁ କାବୁ କଲା ପେ।ଲିସ, ୨ ସହଯୋଗୀ ଫେରାର

Published By : Prameya-News7 Bureau | December 21, 2018 IST

ଜୟପୁର ୨୧|୧୨: ଜୟପୁରରେ ପୋଲିସ ଅପରାଧୀ ମୁହାଁମୁହିଁ ହୋଇଛନ୍ତି । ଫୁଟିଲା ୫ ରାଉଣ୍ଡ ଗୁଳି । ଦୁର୍ଦ୍ଦାନ୍ତ ଅପରାଧୀ ଶେକ୍ ଜାଭେଦ ଅଖତରକୁ ପେ।ଲିସ କାବୁ କରିଛି । ୨ ଜଣ ପୋଲିସକୁ ଚକମା ଦେଇ ଖସି ଯାଇଛନ୍ତି । ପୋଲିସ ଘଟଣାସ୍ଥଳରୁ ଗୋଟିଏ ରିଭଲଭର ସହ ଦୁଇଟି ଖୋକା ଓ ଗୋଟିଏ ମୋବାଇଲ ଜବତ କରିଛି । ଏହି ଡକାୟତମାନେ ଲିଙ୍ଗରାଜ ନଗର କେନାଲ ନିକଟରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଘଟଣାସ୍ଥଳରେ ଖସିବାକୁ ଏମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପେ।ଲିସ  ପାଲଟା ଗୁଳିମାଡ କରି ଅପରାଧୀ ଶେକ୍ ଜାଭେଦ ଅଖତରକୁ କାବୁ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.