Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତ୍ରାଲରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ଲୁଚି ରହିଥିବା ସୂଚନା

1/07/2020 at 7:20 AM

ଶ୍ରୀନଗର ୧।୭: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ୍ ଅଞ୍ଚଳରେ ପୁଣି ଥରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ତ୍ରାଲରେ ୩ ଆତଙ୍କବାଦୀ ଲୁଚି ରହି ସୁରକ୍ଷାବାହିନୀ ଉପରେ ଟାର୍ଗେଟ୍ କରୁଛନ୍ତି । ଉଭୟ ପାର୍ଶ୍ବରୁ ଗୁଳି ବିନିମୟ ଚାଲିଛି। ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ସୁରକ୍ଷାବାହିନୀ ଦ୍ବାରା ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ଆତଙ୍କବାଦୀମାନେ ତ୍ରାଲରେ ଲୁଚି ରହିଥିବା ସୂଚନା ମିଳିବା ପରେ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଆତଙ୍କବାଦୀମାନେ ଲଗାତର ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ଗୁଳି ଚଳାଉଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ତ୍ରାଲରେ ଏହା ହେଉଛି ଦ୍ବିତୀୟଥର ଗୁଳିବିନିମୟ ହୋଇଥିବାବେଳେ ୪୮ ଘଣ୍ଟାରେ ତୃତୀୟ ଥର । ଏହା ପୂର୍ବରୁ ମଙ୍ଗଳବାର ଦିନ ବିଜବେହରା ଅଞ୍ଚଳରେ ମଧ୍ୟ ଏକ ଏନକାଉଣ୍ଟର ହୋଇଥିଲା । ଏଥି ସହ ଅନନ୍ତନାଗର ୱାଗାମା ଅଞ୍ଚଳରେ ମଙ୍ଗଳବାର ସକାଳେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀଙ୍କ ଦ୍ବାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

ୱାଗାମା ଅଞ୍ଚଳରେ ଆତଙ୍କବାଦୀଙ୍କୁ ପୋଲିସ ଘେରି ରହିଥିଲା । ଆତଙ୍କବାଦୀମାନେ ଲଗାତର ସୁରକ୍ଷାବାହିନୀ ଉପରେ ଗୁଳି ଚଳାଉଥିଲେ ମଧ୍ୟ ସୁରକ୍ଷାବାହିନୀ ସେମାନଙ୍କୁ ନିହତ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ସୁରକ୍ଷାବାହିନୀ ଦ୍ବାରା ଚଳିତ ମାସରେ ୪୮ ଆତଙ୍କବାଦୀ ନିହତ ହୋଇଛନ୍ତି ।

   Related Posts