ରାଜଧାନୀରେ ଗୁଣ୍ଡାରାଜ, ପୋଲିସ୍ ସାଜିଛି ନୀରବଦ୍ରଷ୍ଟା: ଆଇନ୍‌ ଶୃଙ୍ଖଳା ରକ୍ଷା କରିବ କିଏ?

Published By : Prameya-News7 Bureau | January 15, 2020 IST

ଭୁବନେଶ୍ବର୧୫/୧: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଂଚଳରେ ପୋଲିସ ଉପସ୍ଥିତିରେ ଜଣେ ଶିଖ୍‌ ଯୁବକଙ୍କୁ ଆକ୍ରମଣ ଘଟଣାରେ ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଘଟଣାରେ ସମ୍ପୃକ୍ତ ବାକି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଚାଲିଛି ତନାଘନା । ଏହି ଘଟଣାରେ ଜଣେ ପୂର୍ବତନ କର୍ପୋରେଟରଙ୍କ ପୁଅ ସାମିଲ ଥିବା କୁହାଯାଉଛି । ସେପଟେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ଶିଖ୍‌ ସମ୍ପ୍ରଦାୟ ଅଭିଯୋଗ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି ।

{"id":211743,"sizeSlug":"large"}

ଖୋଦ୍‌ ରାଜଧାନୀରେ ଅପରାଧୀଙ୍କ ପାଓ୍ବାର୍‌ ଶୋ’ ଦେଖିବାକୁ ମିଳିଛି । ପୋଲିସ ଉପସ୍ଥିତିରେ ଜଣେ ଶିଖ୍‌ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସର୍ବସମ୍ମୁଖରେ ପୁଣି ପୋଲିସ ଉପସ୍ଥିତିରେ ଯଦି ଅପରାଧୀମାନେ ଏଭଳି କାଣ୍ଡ ଘଟାଇବେ ଆଉ ପୋଲିସ ନିରବଦ୍ରଷ୍ଟା ସାଜିବ ତାହେଲେ ଆଇନ୍‌ ଶୃଙ୍ଖଳା ରକ୍ଷା କରିବ କିଏ ?  ମଙ୍ଗଳବାର ସଂଧ୍ୟାରେ ଘଟିଥିବା ଏହି ଘଟଣାର ସିସିଟିଭି ଭିଜୁଆଲ୍‌ ମଧ୍ୟ ଜ୍ବଳନ୍ତ ପ୍ରମାଣ ରହିଛି। ଆକ୍ରମଣକାରୀଙ୍କ ଭିତରୁ ଜଣେ ଯୁବକ କେମିତି ପିସିଆର୍‌ ଭ୍ୟାନ୍‌ରେ ଥିବା ପୋଲିସ ସହ କଥା ହେଉଛନ୍ତି । ଆଉ ତା’ପରେ ପରମିନ୍ଦରଙ୍କ ଉପରେ ହେଉଛି ଆକ୍ରମଣ ।

{"id":211744,"sizeSlug":"large"}

ରାଜଧାନୀରେ ବୁଦ୍ଧିଜୀବୀ ମହଲର ସମାଲୋଚନା ପରେ ଜଣେ ପିସିଆର୍‌ ଦାୟିତ୍ବରେ ଥିବା ଜଣେ ଅଧିକାରୀଙ୍କୁ ସସ୍‌ପେଣ୍ଡ କରି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛି କମିଶନରେଟ୍‌ ପୋଲିସ । ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଦୀପକ ମହାନ୍ତି, ଶଙ୍କର ସ୍ବାଇଁ ଏବଂ ଦୀପକ ଜେନା । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।  

{"id":211745,"sizeSlug":"large"}

କେବଳ ଏଇ ଗୋଟିଏ ଘଟଣା ନୁହେଁ, ରାଜଧାନୀରେ ଗଲା ମାସକ ଭିତରେ ୩ ତିନିଟି ଘଟଣା କମିଶନରେଟ୍‌ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଲା ଡିସେମ୍ବର ୨୫ରେ ବଡ଼ଦିନ ପର୍ବ ପାଳନକୁ ନେଇ ପୂରା ରାଜଧାନୀ ଉତ୍ସବମୁଖର ଥିବା ବେଳେ ମହର୍ଷି କଲେଜ ରାସ୍ତାରେ ଆତଙ୍କ ସୃଷ୍ଟି କରିଥିଲେ କିଛି ଅପରାଧୀ ଗୋଷ୍ଠୀ ।  ୧୦ ତାରିଖରେ ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂ ଅଂଚଳରେ ସଂଧ୍ୟା ସମୟରେ ଆତଙ୍କରାଜ୍‌ ଚଳାଇଥିଲେ ୨୦ରୁ ୨୫ ମୁଖାପିନ୍ଧା ଦୁର୍ବୃତ୍ତ । ପୁଣି ଏବେ ପୋଲିସ ଉପସ୍ଥିତିରେ ଶିଖ୍‌ ଯୁବକଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଯାହା ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଓ କମିଶନରେଟ୍‌ ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.