ଅନୁଗୁଳ ପାତ୍ରପଡା ଗାଁରେ ଗୁଳିମାଡ: ଗୁରୁତର ଅବସ୍ଥାରେ ଜଣେ ମେଡିକାଲରେ ଭର୍ତ୍ତି, ପୋଲିସର ଛାନଭିନ ଜାରି

Published By : Prameya-News7 Bureau | November 25, 2019 IST

ଅନୁଗୁଳ ୨୫।୧୧: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ଗାଁରେ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିମାଡରେ ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ଧରଣୀଧର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

{"id":189382,"sizeSlug":"large"}

ସୂଚନାଯୋଗ୍ୟ ଯେ,ଛେଣ୍ଡିପଦା ବ୍ଲକ ପାତ୍ରପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଧରଣୀଧରଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଧରଣୀଧରଙ୍କର ଗୋଡରେ ଗୁଳି ବାଜିଛି , ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ଧରଣୀଧରଙ୍କୁ ସେହି ଗାଁର କୁନା ସାହୁ ନାମକ ଜଣେ ବ୍ୟକ୍ତି ଗୁଳିମାଡ କରିଥିବା ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.