ଦୁଇ ଯୁବକଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ, ଗିରଫ କଲା ପୋଲିସ

Published By : Prameya-News7 Bureau | April 18, 2019 IST

ଜଗତସିଂହପୁର ୧୮|୪: ଜଗତସିଂହପୁର ଜିଲ୍ଲା ସଦର ଥାନା ପୋଲିସ ଗତକାଲି ରାତିରେ ଜଗତସିଂହପୁର ସହର ସ୍ଥିତ ଏସଭିଏମ କଲେଜ ନିକଟରେ ଚଢ଼ାଉ କରି ଦୁଇ ଜଣ ଯୁବକଙ୍କଠାରୁ ଗୋଟିଏ ପଏଣ୍ଟ ୨.୨ ଏୟାର ପିସ୍ତଲ ଓ ଗୋଟିଏ ବୁଲେଟ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ନିଆଳି ଅଞ୍ଚଳର ରତିରଞ୍ଜନ ପାଢ଼ୀ ଓ ନାଉଗାଁ କୋକିଢ଼ିହ ଗାଁର ରଞ୍ଜିତ ଦାଶ । ରଞ୍ଜିତ ଏସଭିଏମ୍ କଲେଜରେ ଡେମନଷ୍ଟ୍ରେଟର ଭାବରେ କାମ କରୁଥିବା ବେଳେ ରତିରଞ୍ଜନ ଏହି କଲେଜରେ  ଯୁକ୍ତ ତିନିରେ ପାଠ ପଢୁଥିଲେ । ରଞ୍ଜିତ ଉମରକୋଟ ଥାନାର ଏସଡିପିଓ ଥିବା ହେମନ୍ତ ପାଢ଼ୀଙ୍କ ପୁଅ । ଏମାନେ ନେଇ  କଲେଜ ନିକଟରେ ବୁଲୁଥିବାବେଳେ ମାରି  ପୋଲିସ ଖବର ପାଇ ଚଢାଉ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.