ଲୁଟେରାଙ୍କ ନିକଟରୁ ବନ୍ଧୁକ ସହ ୪ଭରି ସୁନା ଜବତ

Published By : Prameya-News7 Bureau | December 14, 2019 IST

ବ୍ରହ୍ମପୁର ୧୪।୧୨ - ଜରଡା ପୁଲିସ୍ ଦ୍ବାରା ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଜଣ  ବ୍ରହ୍ମପୁର ବୈଦ୍ଯନାଥପୁର ଥାନା ଅଞ୍ଚଳ । ଗିରଫ ହୋଇଥିବା ଲୁଟେରା ହେଲେ ସୁଜିତ୍  ପାଢୀ ଓ ଜଗଦୀଶ ବେହେରା

ଦୁଇ ଲୁଟେରାକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି । ଏମାନଙ୍କ  ନିକଟରୁ  ୪୩ ଗ୍ରାମ୍ ସୁନା ଅଳଙ୍କାର,  ନଗଦ ୧୦ ହଜାର ଟଙ୍କା,  ଗୋଟିଏ ଦେଶୀ ପିସ୍ତଲ,  ଦୁଇଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି ।ସୁଜିତ୍ ପାଢୀ ନାମରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ରେ ୧୭ ଟି ମାମଲା ଓ ବ୍ରହ୍ମପୁର ପୁଲିସ୍ ଜିଲ୍ଲା ରେ ୧୫ ଟି ମାମଲା ରହିଥିବା  ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.