Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ

23/09/2021 at 11:33 AM

ସମ୍ବଲପୁର ୨୩।୯: ବେଆଇନ ଭାବେ ରଖିଥିବା ବନ୍ଧୁକ ଜବତ । ବନ୍ୟଜନ୍ତୁ ଭୟଭୀତ କରି ଘଉଡାଇବା ପାଇଁ ରଖିଥିବା ୪ଟି ଦେଶୀ ବନ୍ଧୁକ ଜବତ କଲା ପୋଲିସ । ଜୁଜୁମୁରା ପୋଲିସ ଚଢାଉ କରି ଏହି ଦେଶୀ ବନ୍ଧୁକ ଜବତ କରିଛି । ଏହି ଦେଶୀ ବନ୍ଧୁକ ବେଆଇନ ଭାବରେ ରଖିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ବୁଧବାର ୩ ଜଣ ଗିରଫ ହୋଇଥିବା ବେଳେ ଗୁରୁବାର ୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ମଧ୍ଯରେ ମୁଖ୍ଯ ଅଭିଯୁକ୍ତ ହେଉଛନ୍ତି ସ୍ବାମୀ-ସ୍ତ୍ରୀ ଜାନକୀ ପଧାନ ଓ ତରଣୀ ପଧାନ | ଘରେ ବନ୍ଧୁକ ତିଆରି କରି ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଥିଲେ । ମୁଖ୍ଯତଃ ବନ୍ଯଜନ୍ତୁ ଶିକାର ଓ ହାତୀ ଘଉଡାଇବା ପାଇଁ ଏହା ବ୍ଯବହାର ହେଉଥିଲା । ଜୁଜୁମୁରା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାସୁପାଲରେ ଚଢାଉ କରିଥିଲା । ତେବେ ଏହି ଘଟଣାରେ ଗିରଫ ୫ ଜଣ ହେଲେ ଜାନକୀ ପଧାନ, ତରଣୀ ପଧାନ, କୁମାର ମିର୍ଦ୍ଧା, ଅଶୋକ ପଧାନ, ସୁଶାନ୍ତ ସାହୁ । ଏମାନଙ୍କଠାରୁ ୪ଟି ବନ୍ଧୁକ, ୬ଟି ଷ୍ଚିଲ୍ ବ୍ଯାରେଲ ଜବତ କରିଛି ପୋଲିସ ।

   Related Posts