ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ : ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | April 07, 2021 IST

କନ୍ଧମାଳ ୭।୪: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା  ଅନ୍ତର୍ଗତ କୋଲାମପଡା ଗାଁ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ । କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । କିନ୍ତୁ ମାଓବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା ପରେ ପୋଲିସ ତରଫରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ପରେ ଘଞ୍ଚ ଜଙ୍ଗଲର ସୁଯୋଗ ଉଠାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

{"id":434546,"width":839,"height":461,"sizeSlug":"large","linkDestination":"none"}

ପୋଲିସ ସର୍ଚ୍ଚ ଅପେରସନ କରି ୨ଟି ସୋଲାର ପ୍ଲେଟ୍, ମାଓ ବହି, କିଟ୍ ବ୍ୟାଗ୍ ଓ କିଛି ଔଷଧ ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି । ଏହି ମାଓ ସଂଗଠନ ଓଡିଶା ଷ୍ଟେଟ୍ କମିଟିର କେକେବିଏନ  ଡିଭିଜନର ଓ  ଏହି ଗ୍ୟାଙ୍ଗରେ ୧୫ରୁ ୨୦ଜଣ ମାଓ  ସଦସ୍ୟ ଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବୀନତି ଅଗ୍ରୱାଲ  । ବର୍ତ୍ତମାନ ବି ସେଠାରେ କମ୍ବିଂ ଅପରେସନରେ ଜାରି ରହିଥିବା ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.