ଅପରାଧୀ ଘରୁ ବନ୍ଧୁକ, ଗୁଳି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

Published By : Prameya-News7 Bureau | July 13, 2018 IST

ସମ୍ବଲପୁର ଅଇଁଠାପାଲ୍ଲୀଥାନା ପୋଲିସ୍, ସଦର ଏସ୍ଡିପିଓଙ୍କ ନେତୃତ୍ୟରେ, ଦୁର୍ଦ୍ଦାନ୍ତ ଅପରାଧୀ ରଞ୍ଜନ ମହାରଣା ଘର ଉପରେ ଚଢାଉ କରି, ବହୁ ପରିମାଣରେ, ଅସ୍ତ୍ରଶସ୍ତ୍ର ଜବତ କରିବା ସହ ବିଷ୍ଫୋରକ ଜବତ କରିଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ, ଦୁଇଟି ଖଣ୍ଡା,ଦୁଇଟି ବନ୍ଧୁକ,ଜୀବନ୍ତ ଗୁଳି, ଜିଲୋଟିନ୍ ଷ୍ଟିକ୍ ସହ ବାରୁଦ ଜବତ କରାଯାଇଥିବା ଏସ୍ଡିପିଓ କହିଛନ୍ତି । ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହୋଇ ରଞ୍ଜନ ଏବେ ସମ୍ବଲପୁର ସର୍କଲ୍ ଜେଲ୍ରେ ଥିବା ବେଳେ, ଜେଲ୍ ଭିତରୁ କ୍ରାଇମ୍ ନେଟୱାର୍କ ପରିଚାଳନା କରୁଥିବା ଖବର ପୋଲିସ୍କୁ ମିଳିଥିଲା । ପୋଲିସ୍ ରଞ୍ଜନର ଘରୁ ଗୋଟିଏ ଖାତା ଜବତ କରିଛି, ଯେଉଁଥିରେ ବହୁ ଅପରାଧୀ ଓ କଳାବଜାରୀଙ୍କ ନାଁ ଥିବା ଜଣାପଡିଛି । ପ୍ରାୟ ୨ଘଣ୍ଟା ଧରି, ପୋଲିସ୍ ସ୍ବତନ୍ତ୍ର ଟିମ୍, ରଞ୍ଜନର ଘରର ପ୍ରତିଟି କୋଠରୀ ତଲାସ୍ କରିବା ପରେ, ଏହି ସାମଗ୍ରୀ ମିଳିଥିଲା । ଏ ସଂକ୍ରାନ୍ତରେ ଅଇଁଠାପାଲ୍ଲୀ ଥାନାରେ ଏକ ମାମଲା ଦାୟର କରାଯାଇ ତଦନ୍ତ ଜାରୀ ରହିଛି ବୋଲି ପୋଲିସ୍ କହିଛି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.