ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ

Published By : Prameya-News7 Bureau | January 16, 2020 IST

ମାଲକାନଗିରି ୧୬।୧: ବୁଧବାର ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତ ମୁଦୁଲିପଡା ପୂଜାରୀଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । ବାଲିକୁଣ୍ଡାରେ ଏହି ଗୁଳିବିନିମୟ ହୋଇଛି । ଡିଭିଏଫ୍ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ଏହି ଗୁଳିବିନିମୟ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନି ।

ରାତିରେ ଗୁଳିବିନିମୟ ହୋଇଥିବାରୁ କୌଣସି ସୂଚନା ମିଳିପାରିନି । ସର୍ଚ୍ଚ ଅପରେସନ୍ ପରେ ଜଣାପଡିବ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି । କୋରାପୁଟ ସୀମାନ୍ତ ଅନାକାଡେଲି ଅଞ୍ଚଳକୁ କୋରାପୁଟ ଡିଭିଏଫ ସିଲ୍ କରିଥିବା ସୂଚନା ମିଳିଛି ।

ଦୁଇଦିନ ପୂର୍ବରୁ ମାଲକାନଗିରିରେ ଡିଭିଏଫ ଏବଂ ଏସଓଜି ମିଳିତ କମ୍ବିଂ ଜାରି ରଖିଥିବା ବେଳେ ଗତକାଲି ସଂଧ୍ୟାରେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଲମତାପୁଟ, ମାଛକୁଣ୍ଡ, ଅନାକାଡେଲିରେ ବିଏସଏଫ ସଜାଗ ରହିଛି । ଆବଶ୍ୟକ ପଡିଲେ ଏହି କମ୍ବିଂ ପାଇଁ ବିଏସଏଫକୁ ସାମିଲ କରାଯିବ ।   .

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.