ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Published By : Prameya-News7 Bureau | October 03, 2021 IST

ଯାଜପୁର, ୦୩/୧୦: ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ ପରିସରରେ ଯୁବକଙ୍କୁ ଗୁଳିମାଡ କରି ଦୁର୍ବୁତ୍ତ ଫେରାର । ଘଟଣା ଅନୁଯାୟୀ ଓଳାଶୁଣୀ ପାହାଡ଼ ଉପରକୁ କାରରେ କିଛି ଯୁବକ ଯାଉଥିବା ବେଳେ ପାହାଡ଼ ମଝି ରାସ୍ତାରେ ସ୍ଥାନୀୟ ବନ୍ଦେରେଶ୍ୱର ଅଂଚଳର ସିଦ୍ଧାନ୍ତ ସାମଲଙ୍କ କୌଣସି କଥାକୁ ନେଇ ତିକ୍ତତା ହୋଇ ଥିଲା । ଯାହାକୁ ନେଇ କାରରେ ଆସିଥିବା ଯୁବକମାନେ ସିଦ୍ଧାନ୍ତ ସାମଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ଯାହା ଫଳରେ ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିବା ବେଳେ ତାଙ୍କୁ ସଂଗେ ସଂଗେ ବଡ଼ଚଣା ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ କାର ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି । କେଉଁ କାରଣ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି ତାହା ଏବେ ସ୍ପଷ୍ଟ ଜଣାପଡିନଥିବା ବେଳେ ଓଳାଶୁଣୀ ଭଳି ପର୍ଯ୍ୟଟନ କ୍ଷେତ୍ରରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.