Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଗୁମନାମୀ ବାବା ନୁହନ୍ତି ନେତାଜୀ, ତାଙ୍କ ଅନୁଗାମୀ : ତଥ୍ୟ ଆଧାରରେ ସ୍ପଷ୍ଟ କଲେ ଜଷ୍ଟିସ୍ ସହାଇ କମିଶନ

20/12/2019 at 5:21 PM

ଲକ୍ଷ୍ନୌ ୨୦।୧୨ :  ସନ୍ଦେହମିଛ! ଗୁମନାମୀ ବାବା ନୁହନ୍ତି ନେତାଜୀ ସୁଭାଷଚନ୍ଦ୍ର ବୋଷ । ତେବେ ସେ ନେତାଜୀଙ୍କ ଅନୁଗାମୀ । ଏହା ଦର୍ଶାଇଛନ୍ତି ଜଷ୍ଟିସ୍ ବିଷ୍ଣୁ ସହାଇ କମିଶନ  । ତାଙ୍କ ତଦନ୍ତ ରିପୋର୍ଟରେ ଅବସରପ୍ରାପ୍ତ ବିଚାରପତି ବିଷ୍ଣୁ ସହାଇ ଦର୍ଶାଇଛନ୍ତିଯେ, ଲୋକେ ଯାହା ବିଶ୍ବାସ ବା ଆଶଙ୍କା କରୁଛନ୍ତି, ତାହା ସତ ନୁହେଁ । ଗୁମନାମୀ ବାବା ଓରଫ ଭଗୱାନଜୀ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନୁହନ୍ତି । ତେବେ ଗୁମନାମୀ ବାବା ଜଣେ ନେତାଜୀ ପ୍ରେମୀ ଏବଂ ତାଙ୍କ କଣ୍ଠସ୍ବର ସହ ମିଶୁଥିଲା ନେତାଜୀଙ୍କ ସ୍ବର ।

୧୯୮୫ ମସିହା ସେପ୍ଟେମ୍ବର ୧୬ ତାରିଖରେ ଗୁମନାମୀ ବାବାଙ୍କର ମୃତ୍ୟୁ ହୋଇଥିଲା । ତାହାର ଦୁଇଦିନ ପରେ ଅଯୋଧ୍ୟାର ଗୁପ୍ତାର ଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତେବେ ତାଙ୍କୁ ଅନେକ ସୁଭାଷଚନ୍ଦ୍ର ବୋଷ ବୋଲି ମନେ କରୁଥିବାରୁ ତାହା ସନ୍ଦେହ ବଢାଇଥିଲା। ଏନେଇ ସତ୍ୟାସତ୍ୟ ଅନୁଧ୍ୟାନ ଲାଗି ଅବସରପ୍ରାପ୍ତ ବିଚାରପତି ବିଷ୍ଣୁ ସହାଇଙ୍କୁ ନେଇ କମିଶନ ଗଠିତ ହୋଇଥିଲା । ତେବେ ଗୁମନାମୀ ବାବା ଶେଷ ପର୍ଯ୍ୟନ୍ତ ରହୁଥିବା ଫୈଜାବାଦ ବା ବର୍ତ୍ତମାନର ଅଯୋଧ୍ୟାସ୍ଥିତ ରାମଭବନରେ ମିଳିଥିବା ସାମଗ୍ରୀରୁ କୌଣସି ସହ ନେତାଜୀଙ୍କ ସମ୍ପର୍କ ଥିବା ମନେ ହୋଇନାହିଁ।

ଗୁରୁବାର ଉତ୍ତରପ୍ରଦେଶ ବିଧାନସଭାରେ ଜଷ୍ଟିସ ସହାଇ କମିଶନଙ୍କ ରିପୋର୍ଟ ଉପସ୍ଥାପିତ କରାଯାଇଛି। ହିନ୍ଦୀରେ ଲିଖିତ ୩ ଶହ ପୃଷ୍ଠାର ଏହି ରିପୋର୍ଟରେ ତଦନ୍ତ ସମୟରେ କମିଶନ ପାଇଥିବା ସୂଚନା ଭିତ୍ତିରେ ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ଗୁମନାମୀ ବାବାଙ୍କ ସମ୍ପର୍କରେ ପାଇଥିବା  ୧୧ ପ୍ରକାର ତଥ୍ୟ ମଧ୍ୟ ରଖିଛନ୍ତି କମିଶନ । ଗୁମନାମୀବାବାଙ୍କୁ ଲୋକେ ସୁଭାଷ ବୋଷ ବୋଲି କହିବା ଆରମ୍ଭ କରିବାରୁ ସେତାଙ୍କ ରହିବା ସ୍ଥାନ ବଦଳାଇଥିବା ଦର୍ଶାଇଛନ୍ତି କମିଶନ ।

ଗୁମନାମୀ ବାବା ଜଣେ ବେଙ୍ଗଲୀଥିଲେ।  ସେ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷା ଭଲଭାବେ କହିପାରୁଥିଲେ। ତାଙ୍କର ଯୁଦ୍ଧ ଏବଂ ସମସାମୟୀକ ରାଜନୀତି ଉପରେ ଭଲ ଜ୍ଞାନଥିଲା । କିନ୍ତୁ ସେ ସରକାର ବା ଶାସନ ନେଇ ଆଗ୍ରହୀ ନଥିଲେ। ସେ ମ୍ୟୁଜିକ, ସିଗାର ଏବଂ ଖାଦ୍ୟ ପ୍ରିୟଥିଲେ । ତାଙ୍କ କଣ୍ଠସ୍ୱରରେ ନେତାଜୀଙ୍କ ଭଳି ଗାମ୍ଭୀର୍ଯ୍ୟ ଥିଲା । ତେବେ ଏକ ଚିଠି ହିଁ ଗୁମନାମୀ ବାବା ନେତାଜୀ ସୁଭାଷ ନଥିବାର ବଡ ପ୍ରମାଣ ବୋଲି ଦର୍ଶାଇଛନ୍ତି ଜଷ୍ଟିସ ସହାଇ କମିଶନ ।

୧୯୮୦ ମସିହାଅକ୍ଟୋବର ୧୬ ତାରିଖରେ କୋଲକାତାର ବୁଲବୁଲ୍‌ ନାମରେ ଜଣେ ବ୍ୟକ୍ତି ଏହି ଚିଠି ଗୁମନାମୀବାବାଙ୍କୁ ଲେଖିଥିଲେ। ବଙ୍ଗଳାରେ ଲିଖିତ ଚିଠିରେ ସେ ଲେଖିଥିଲେ, “ତମେ ଆମଘରକୁ କେବେ ଆସିବ? ଯଦି ତମେ ନେତାଜୀଙ୍କ ଜନ୍ମଦିନରେ ଆମଘରକୁ ବୁଲିବାକୁ ଆସିବ, ତେବେ ଆମେ ବହୁତ ଖୁସିହେବୁ ।”  ଏହାହିଁ ଗୁମନାମୀ ବାବା ନେତାଜୀ ନୁହନ୍ତି ବୋଲି ପ୍ରମାଣିତ କରିଥିଲା ବୋଲି ଦର୍ଶାଇଛନ୍ତି କମିଶନ ।

ଗୁମନାମୀ ବାବାଙ୍କ ସମ୍ପର୍କରେ ତଦନ୍ତଲାଗି ୨୦୧୬ମସିହା ଜୁନ୍ ୨୮ ରେ ଜଷ୍ଟିସ୍ ସହାଇ କମିଶନ ଗଠିତ ହୋଇଥିଲା । ଏହି ଜଣିକିଆ କମିଶନ ୨୦୧୭ ସେପ୍ଟେମ୍ବର ୧୯ ରେ ତାଙ୍କ ରିପୋର୍ଟ ଦେଇଥିଲେ । ଏହା ଗୁରୁବାର ୟୁପି ବିଧାନସଭାରେ ଉପସ୍ଥାପିତହୋଇଛି । 

   Related Posts