Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ଯୁଦ୍ଧରେ ହୋଇଥିଲେ ବିଜୟୀ , ଜୀବନ ଯୁଦ୍ଧରେ ହାରିଗଲେ : ପ୍ରଖ୍ୟାତ ଉର୍ଦ୍ଦୁ କବି ଗୁଲ୍‌ଜାର୍ ଦେହଲବୀଙ୍କ ଦେହାନ୍ତ

14/06/2020 at 8:39 AM

ନୋଏଡା ୧୪।୦୬: ପ୍ରଖ୍ୟାତ କବି ଆନନ୍ଦ ମୋହନ ଜୁଟସି  ବା ଗୁଲଜାର ଦେହଲଭିଙ୍କ ନିଧନ ହୋଇଯାଇଛି । ଶୁକ୍ରବାର ଦିନ ନୋଏଡା ସ୍ଥିତ କୈଳାଶ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯ସ୍ଥିତ କୈଳାଶ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ କରୋନା ଭାଇରସ୍‌ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଶୁକ୍ରବାର ଦିନ ଦେହଲଭିଙ୍କ ଅଚାନକ ଦେହ ଖରାପ ହୋଇଯାଇଥିଲା । ଯାହାପରେ ତାଙ୍କୁ ପରିବାର ଲୋକ ନୋଏଡା ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଆନନ୍ଦ ମୋହନ ଜୁଟସି ବା ଗୁଲ୍‌ଜାର ଦେହଲଭି ୭ ଜୁଲାଇ ୧୯୨୬ରେ ଜନ୍ମଗ୍ରହଣ କରିଥିଲେ। ଉର୍ଦ୍ଦୁ କବିତା ଏବଂ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ ମସିହାରେ ତାଙ୍କୁ ମିର ତାକି ମିର (mir taqi mir Award) ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା |

ଗୁଲଜାର ଦେହଲଭିଙ୍କ ପୁଅ ଅନୁପ ଜୁତି କହିଛନ୍ତି ଯେ, ତାଙ୍କ କରୋନା ଭାଇରସ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଆମେ ତାଙ୍କୁ ଜୁନ୍ ୭ରେ ଘରକୁ  ଫେରାଇ ଆଣିଥିଲୁ । ତେବେ ଶୁକ୍ରବାର ଦିନ ପ୍ରାୟ ୨.୩୦ରେ ଆମେ ଖାଦ୍ୟ ଖାଇଥିଲୁ । କିନ୍ତୁ ମେଡିକାଲରୁ ଖବର ଆସିଲା ଯେ, ତାଙ୍କର ନିଧନ ହୋଇଯାଇଛି । ଦେହଲଭି ୧୯୭୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଥମ ଉର୍ଦ୍ଦୁ ବିଜ୍ଞାନ ପତ୍ରିକା ‘ସାଇନ୍ସ କି ଡୁନିୟା’ର ସମ୍ପାଦକ ରହିଥିଲେ। ଦେହଲଭିଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇପାରୁଛି ।

   Related Posts