Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏହି ବଲିଉଡ ଫିଲ୍ମ ଦ୍ବାରା ଗୁଲସନ କୁମାରଙ୍କ ଝିଅ କରିବେ ବଲିଉଡରେ ଡେବ୍ୟୁ

21/10/2019 at 4:32 PM

ମୁମ୍ବାଇ୨୧|୧୦:ଟି ସିରିଜର ପ୍ରତିଷ୍ଠାତା ତଥା ସଙ୍ଗୀତ ସମ୍ରାଟ ଗୁଲସନ କୁମାର ଜଣେ ଏମିତି ବ୍ୟକ୍ତି ଯାହାକୁ ସମଗ୍ର ଇଣ୍ଡଷ୍ଟ୍ରି ଭୁଲି ପାରିନାହିଁ। ଗୁଲସନ କୁମାର ଆଜି ସମସ୍ତଙ୍କ ଗହଣରେ ନାହାନ୍ତି ସତ ହେଲେ ଆଜି ମଧ୍ୟ ଲୋକେ ତାଙ୍କ ଗୀତ ଶୁଣି ତାଙ୍କୁ ମନେ ପକାନ୍ତି। ଦେଶରେ କ୍ୟାସେଟ ସାମ୍ରାଜ୍ୟ ସ୍ଥାପିତ କରିବାରେ ଗୁଲସନ କୁମାରଙ୍କର ମୁଖ୍ୟ ଭୂମିକା ରହିଛି। ଗୁଲସନଙ୍କ ପରେ ଏବେ ତାଙ୍କ ଝିଅ ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି।  

ରିପୋର୍ଟ ଅନୁସାରେ ଗୁଲସନ କୁମାରଙ୍କ ଝିଅ ଖୁସାଲୀ କୁମାର ଆର ମାଧବନଙ୍କ ସହ ଦହି-ଚିନି ଫିଲ୍ମରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିବେ। ସୂଚନାଯୋଗ୍ୟ ଯେ, ସେ ଏହି ଫିଲ୍ମରେ ଜଣେ ଓକିଲ ଭୂମିକାରେ ଅଭିନୟ କରିବେ। ଫିଲ୍ମରେ ଅଭିନୟ କରିବା ନେଇ ଖୁସାଲୀ ବେଶ ଖୁସି ଅଛନ୍ତି।

ସେ ନିଜ ଓକିଲ ଭୂମିକାର ଅଭିନୟ କରିବା ନେଇ ପ୍ରସ୍ତୁତି ଚଲାଇଛନ୍ତି। ଏଥିପାଇଁ ସେ ପ୍ରସିଦ୍ଧ ଓକିଲଙ୍କ ସହ କଥାବର୍ତ୍ତା ମଧ୍ୟ କରୁଛନ୍ତି। ଅଭିନୟକୁ ଅଧିକ ଜୀବନ୍ତ କରିବାପାଇଁ ଖୁସାଲୀ ଅଦାଲତ ଯାଇ ସେଠାରେ ଓକିଲମାନଙ୍କର କାର୍ଯ୍ୟକଳାପ ସହ ଅଦାଲତର ବିଭିନ୍ନ ପ୍ରୋସିଡିଙ୍ଗକୁ ଦେଖିଛନ୍ତି ।

ଜଣେ ମହିଳା ଓକିଲ ଅଦାଲତରେ କିଭଳି ଭାବେ ନିଜର ପ୍ରତିକ୍ରିୟା ରଖନ୍ତି ତାହା ମଧ୍ୟ ସେ ଦେଖିଛନ୍ତି। କେବଳ ସେତିକି ନୁହେଁ କିଛି ବରିଷ୍ଠ ଓକିଲଙ୍କ ସହ ସେ ଭେଟ ହୋଇ ବହୁତ କିଛି ସିଖିଛନ୍ତି ବୋଲି କହିଛନ୍ତି।

ନିଜ ଭୂମିକାରେ ସଠିକ୍‌ ଭାବେ ଅଭିନୟ କରିବା ପାଇଁ ଖୁସାଲୀ କଠିନ ପରିଶ୍ରମ କରୁଛନ୍ତି। ଅଧିକରୁ ଅଧିକ ସମୟ ସେ ଅଦାଲତରେ କାଟୁଛନ୍ତି। ତେବେ ପରଦାରେ ତାଙ୍କ ଅଭିନୟକୁ ଲୋକେ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଛି।

ଦହି-ଚିନି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଶ୍ବୀନ ନୀଳ ମଣି। ଖୁସାଲୀ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ବହୁତ ଆକ୍ଟିଭ ରୁହନ୍ତି । ଅଧିକାଂଶ ସମୟରେ ସେ ନିଜ ଫଟୋ ଅପଲୋଡ କରନ୍ତି। ଖୁସାଲୀ ଦେଖିବା ପାଇଁ ବହୁତ ସୁନ୍ଦର। ସୋସିଆଲ ମିଡିଆରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଗୁଲସନ କୁମାରଙ୍କର ସବୁଠୁ ଛୋଟ ଝିଅ ହେଉଛନ୍ତି ଖୁସାଲୀ । ତାଙ୍କ ଭାଇ ଭୂଷଣ କୁମାର ଓ ଭଉଣୀ ତୁଳସୀ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଜଣା ଶୁଣା।

 

   Related Posts