୧୯ ବର୍ଷୀୟ କ୍ୟାଟ୍ରିନାଙ୍କ ସହ ଗୁଲସନ ଗ୍ରୋଭର କରିଥିଲେ କିସିଂ ସିନ୍, ଅତିଶୟ ନର୍ଭସ ଥିଲେ

Published By : Prameya-News7 Bureau | September 22, 2019 IST

ମୁମ୍ବାଇ୨୨|୯: ବଲିଉଡର ବ୍ୟାଡ୍‌ମ୍ୟାନ ଅର୍ଥାତ ଗୁଲସନ ଗ୍ରୋଭର (Gulshan Grover) ଇଣ୍ଡଷ୍ଟ୍ରିରେ ନିଜ ଖଳନାୟକ ଭୂମିକା ପାଇଁ ଚର୍ଚ୍ଚିତ। ଏହି ଅଭିନେତାଙ୍କ ବିଷୟରେ କିଏ ବା ନଜାଣେ। ହେଲେ ତାଙ୍କ ବିଷୟରେ ଏମିତି ଏକ ଗୁମର ଅଛି ଯାହା ଅଧିକାଂଶ ଲୋକେ ଜାଣିନଥିବେ। ଏହା ଜାଣିଲେ ଦର୍ଶକ ନିହାତି ଭାବେ ଆଶ୍ଚର୍ଯ୍ୟ ହେବେ।

{"id":161049}

୨୦୦୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ବୁମ୍‌ରେ ପ୍ରଥମ ଥର ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସିଥିଲେ। ଏଥିରେ ଗୁଲସନ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ଗୁଲସନଙ୍କୁ ଏକ କିସିଂ ସିନ୍‌ କରିବାର ଥିଲା। ହେଲେ ଏହି ସିନ୍‌ ପାଇଁ ଗୁଲସନ ଏତେ ନର୍ଭସ ଥିଲେ ଯେ, ଅନେକ ଟେକ୍‌ ନେଲା ପରେ ମଧ୍ୟ ସିନ୍‌ କ୍ଲିୟର ହୋଇନଥିଲା।

{"id":161050,"width":563,"height":422}

ଏହି ଫିଲ୍ମରେ କ୍ୟାଟ୍ରିନା ଓ ଗୁଲସନଙ୍କ ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମ ବକ୍ସଅଫିସ୍‌ରେ କିଛି କମାଲ କରିନଥିଲା ହେଲେ କ୍ୟାଟ୍ରିନାଙ୍କ ବୋଲ୍ଡ ସିନ୍‌ ବେଶ ଚର୍ଚ୍ଚାରେ ଥିଲା। ଗୁଲସନଙ୍କ ପାଇଁ ଏହି କିସିଂ ସିନ୍‌ କରିବା ବହୁତ କଷ୍ଟକର ହୋଇଥିଲା। ଏହି ବିଷୟରେ ନିଜେ ଗୁଲସନ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, କ୍ୟାଟ୍ରିନାଙ୍କ ସହ ଏହି ସିନ୍‌ କରିବା ତାଙ୍କ କ୍ୟାରିଅରର ସବୁଠୁ କଷ୍ଟକର ସିନ୍‌ ଥିଲା।

{"id":161052,"width":578,"height":479}

ଏଥିପାଇଁ ସେ ଗ୍ରୀନ ରୁମ୍‌ରେ ବହୁତ ଅଭ୍ୟାସ କରିଥିଲେ। ସେହି ସମୟରେ ଅମିତାଭ ବଚ୍ଚନ ରୁମରେ ପହଞ୍ଚିଥିଲେ। ତାଙ୍କୁ ଅଭ୍ୟାସ କରୁଥିବାର ଦେଖି ବିଗ ବି ସେଠାରୁ ଚାଲିଯାଇଥିଲେ। ଫିଲ୍ମରେ ସିନ୍‌ ପର୍ଫେକ୍ଟ ହେଉ ବୋଲି ଗୁଲସନ ଚାହୁଁଥିଲେ। ଏଥିପାଇଁ ସେ ଓ କ୍ୟାଟ୍ରିନା ଅଭ୍ୟାସ କରୁଥିଲେ। ଏହି ସିନ୍‌ ଇଣ୍ଟରନେଟରେ ରିଲିଜ ହେବା ପରେ ଭିଡିଓରେ ୩୦-୪୦ ମିଲିୟନ ଭ୍ୟୁ ହୋଇଥିଲା। ଆଜି ମଧ୍ୟ କ୍ୟାଟ୍ରିନା ଓ ଗୁଲସନଙ୍କ ବୋଲ୍ଡ ସିନ୍‌ ପାଇଁ ବୁମ୍‌ ଫିଲ୍ମ ମନେ ପଡେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.