ଗୁଲମର୍ଗ, ସୋନମାର୍ଗରେ ପ୍ରଥମ ତୁଷାରପାତ: ଧଳା ଚାଦରରେ ଆଛାଦିତ ପରିବେଶ

Published By : Prameya-News7 Bureau | October 23, 2021 IST

ଶ୍ରୀନଗର ୨୩/୧୦: କାଶ୍ମୀରରେ ମୌସୁମୀର ପ୍ରଥମ ତୁଷାରପାତ । ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି । ଉପତ୍ୟକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଗୁଲମର୍ଗ, ସୋନମର୍ଗ, ପହଲଗାମ, ଅହରବାଲ ଏକ ଧଳା ରଙ୍ଗର ବରଫରେ ଆଚ୍ଛାଦିତ ହୋଇଯାଇଛି ।

wp:html /wp:html

ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ଲୋକମାନେ ଆଶା କରୁଛନ୍ତି ଯେ ତୁଷାରପାତ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବ । ଗୁଲମର୍ଗ, ସୋନମର୍ଗ ଏବଂ ପହଲଗାମ ହାଲୁକା ତୁଷାରପାତର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଥିବା ପର୍ଯ୍ୟଟକମାନେ ବରଫରେ ଖେଳୁଥିବା ଦେଖିବାକୁ ମିଳୁଛି । ହୋଟେଲ ବ୍ୟବସାୟ ସହ ଜଡିତ ଇମ୍ରାନ ମାସୁଦ କହିଛନ୍ତି ଯେ ରାତିରେ ଆରମ୍ଭ ହୋଇଥିବା ତୁଷାରପାତ ଗୁଲମର୍ଗରେ ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି ।

wp:html /wp:html

କେବଳ ପର୍ଯ୍ୟଟକ ନୁହେଁ ଏଠାକାର ସାଧାରଣ ଲୋକେ ବି ବେଶ ଖୁସି ଅଛନ୍ତି । ତଥାପି ହାଲୁକା ତୁଷାରପାତ ହେଉଛି ଏବଂ ଏହି ସମୟରେ ଗୁଲମର୍ଗ ଏକ ଧଳା ଚାଦରରେ ଆବୃତ ହୋଇଛି । ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ଏହି ତୁଷାରପାତକୁ ଉପଭୋଗ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.