ମାଟର୍ନିଟି ଫଟୋଶୁଟ୍ କରାଇଲେ “ଗଲିବଏ” ଅଭିନେତ୍ରୀ
22/12/2019 at 10:10 AM

ମୁମ୍ବାଇ୨୨|୧୨: ନିକଟରେ ଗଲି ବଏ ଅଭିନେତ୍ରୀ କଲକି କୋଚ୍ଲିନ୍ ନିଜ ମାଟର୍ନିଟି ଫଟୋଶୁଟ୍କୁ ନେଇ ବେଶ ଚର୍ଚ୍ଚାରେ ଥିଲେ। ଆସନ୍ତା ୨୦୨୦ ମସିହାରେ ନୂଆ ବର୍ଷ ସହ ସେ ନିଜ ଘରେ ଜଣେ ନୂଆ ସଦସ୍ୟର ମଧ୍ୟ ସ୍ବାଗତ କରିବେ।

ଚଳିତ ମାସ ତାଙ୍କର ଡେଲିଭରି ହେବ ବୋଲି କୁହାଯାଇଛି। ଗର୍ଭବତୀ ଥିବାରୁ ସେ ନିଜ ଖୁସି ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ କଲକି କହିଛନ୍ତି ଯେ, ଜଣେ ମହିଳା ଗର୍ଭବତୀ ଥିବା ସମୟରେ ଅନେକ ପରିବର୍ତ୍ତନ ଅନୁଭବ କରେ। ପୂର୍ବରୁ ସେ ଏବେ ନିଜର ଅଧିକ ଧ୍ୟାନ ରଖୁଛନ୍ତି।

ପ୍ରତିଦିନ କଲ୍କି ୱାକ୍ରେ ଯାଆନ୍ତି, ଯୋଗ କରନ୍ତି ଓ ଭଲ ଖାଦ୍ୟ ଖାଆନ୍ତି। ଏହା ସହ ସ୍ମାର୍ଟଫୋନ୍ ବ୍ୟବହାର କରିବା କମ୍ କରିଛନ୍ତି। କଲ୍କି ଆଉ ଏକ ସିକ୍ରେଟ ମଧ୍ୟ ପ୍ରକାଶ କରିଛନ୍ତି।

କଲ୍କିଙ୍କ କହିବା ଅନୁସାରେ ସେ ଗୋଆରେ ନିଜ ପ୍ରଥମ ସନ୍ତାନଙ୍କର ‘ୱାଟର ବର୍ଥ’(Water Birthing)ପ୍ରକ୍ରିଆରେ ଜନ୍ମ ଦେବେ। କାରଣ ସେ ନିଜେ ଏହି ପ୍ରକ୍ରିଆ ମାଧ୍ୟମରେ ଜନ୍ମ ହୋଇଥିଲେ। କଲକିଙ୍କର ଏହି ଇଚ୍ଛା ପୂରଣ କରିବାକୁ ପୂରା ପରିବାର ତାଙ୍କ ସହ ଅଛି।