ଦିନ ଦ୍ବିପହରରେ ଯୁବକଙ୍କୁ ଗୁଳି କରି ହତ୍ୟା, ଟଙ୍କା କାରବାର ନେଇ ଗୁଳିମାଡ ହୋଇଥିବା ଆଶଙ୍କା

Published By : Prameya-News7 Bureau | February 09, 2020 IST

ନୂଆଦିଲ୍ଲୀ ୦୯।୦୨: ଦିନ ଦ୍ବିପହରରେ ଯୁବକଙ୍କୁ ଗୁଳି କରି ହତ୍ୟା । ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ଅଞ୍ଚଳରେ ଘଟିଛି ଏପରି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ମୃତକଙ୍କ ନାମ ସଲୀମ ବୋଲି ଜଣାପଡିଛି । ସେ ମୌଳାନା ଆଜାଦ କଲୋନୀର ବାସ କରୁଥିଲେ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଗାଜିଆବାଦ ଲୋନୀ ବର୍ଡର ଥାନା ଅଞ୍ଚଳରେ ଛଅ ଜଣ ଅଜଣା ଯୁବକ ଆସି ସଲୀମଙ୍କୁ ଅଚାନକ ଗୁଳିମାଡ କରିଥିଲେ । ସ୍ଥାନୀୟଲୋକ ଗୁଳିମାଡ ହେଉଥିବାର ଶବ୍ଧ ଶୁଣି ଦୌଡି ଆସିଥିଲେ ।ସଲୀମ ଗୁଳି ଖାଇ ତଳେ ପଡି ଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ । ଯୁବକର ମୁଣ୍ଡରେ ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି ।   ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ ।

ସୁଧ କାରବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି । ଏହି ଆକ୍ରମଣରେ ୫ରୁ୬ ଜଣ ସାମିଲ ଥିବା ସୂଚନା ମିଳିଛି । ୬ରାଉଣ୍ଡ ଫାୟିରିଂ କରାଯାଇଛି । ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ସଲୀମର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ଭଉଣୀଙ୍କ ଅନୁଯାୟୀ ଗତ ୧୦ତାରିଖରେ ପଡେଶୀ ରହୁଥିବା ସଫିକଙ୍କ ପୁଅ ତାଙ୍କ ସହିତ ଅସଦାରଚରଣ କରିଥିଲା । ଏହାକୁ ବିରୋଧ କରିବାକୁ ଆସିଥିଲେ ସଲୀମ ଓ ତାଙ୍କ ମାଆ । କିନ୍ତୁ ସେମାନେ ମାଆ ଓ ଭାଇକୁ ଖୁବ ମାଡ ମାରିଥିଲେ । ଘଟଣାକୁ ନେଇ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.