Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବଡ଼କାଞ୍ଜିଆ ଛକରେ ଫୁଟିଲା ଗୁଳି, ଜଣେ ମୃତ : ଗୁଳିକାଣ୍ଡର କାରଣ ଅସ୍ପଷ୍ଟ

9/03/2020 at 8:51 AM

ନିମାପଡା ୦୯।୦୩: ପୁଣି ଫୁଟିଲା ବନ୍ଧୁକ। ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗୁଳାମାଡ ହୋଇଛି । ତେବେ ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଭାସ୍କର ବେହେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ବିଳମ୍ବିତ ରାତିରେ କୌଣସି କାମରେ ଘରୁ ବାହାରିଥିଲେ । କିନ୍ତୁ ବଡକାଞ୍ଜିଆ ଛକ ନିକଟରେ କେହି ଦୁର୍ବୃତ୍ତ ଭାସ୍କରଙ୍କୁ ଗୁଳିମାଡ କରିଥିଲେ । ଗୁଳିମାଡରେ ଭାସ୍କରଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଘଟଣାସ୍ଥଳକୁ ପଠାଯିବ ବୋଲି ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି ଭାସ୍କରଙ୍କୁ ବିଳମ୍ବିତ ରାତିରେ କଣ ପାଇଁ ଗୁଳିମାଡ କରାଗଲା । ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରି ପୋଲିସ ତଦନ୍ତ ଜାରି ରଖିଛି ।

   Related Posts