କଲୋନୀରେ ଗୁଳିମାଡ: ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ ,୪ ଅଟକ

Published By : Prameya-News7 Bureau | May 28, 2020 IST

ରାଉରକେଲା ୨୮।୦୫: ରାଉରକେଲା ବାସନ୍ତୀ କଲୋନୀରେ ଗୁଳିମାଡ ହୋଇଛି । ବ୍ୟବସାୟୀ ରାଜକିରଣ ଡୋଗ୍ରାଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି । ଫାଙ୍କା ଗୁଳିଚାଳନା ସହ ଫାର୍ସାରେ ଆକ୍ରମଣ ମଧ୍ୟ କରାଯାଇଥିବା ଖବର ମିଳିଛି । ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁଳିମମାଡର ଖବର ପାଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଗୁଳିମାଡ କରିଥିବା ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଏବଂ ସେମାନଙ୍କ ନିକଟରୁ ପିସ୍ତଲ ଓ ଫାର୍ସା ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.