ଜଙ୍ଗଲରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଜଣେ ନକ୍ସଲ ନିହତ

Published By : Prameya-News7 Bureau | July 25, 2021 IST

ମାଲକାନଗିରି ୨୫।୦୭: ନକ୍ସଲ-ସୁରକ୍ଷାକର୍ମୀ ଗୁଳିବିନିମୟ । ମାଲକାନଗିରି  ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁଫା ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ଏହି ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି ।

ଖବର ଅନୁଯାୟୀ, ସୁକମା ଜିଲ୍ଲା ଚିନ୍ତାଗୁଫା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ନକ୍ସଲମାନଙ୍କ ଶହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ କୁମ୍ବିଂ ଅପରେସନ ଜାରି ରଖିଥିଲେ । ଠିକ୍‌ ଏହି ସମୟରେ ଯବାନଙ୍କ ଉପରୁ ଗୁଳିମାଡ଼ କରିଥିଲେ ନକ୍ସଲ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏହି ଅପରେସନରେ ସିଆରପିଏଫ୍‌ର ୧୫୦ ଓ ୧୩୧ ତମ ବାଟାଲିୟନ , ଡିଆର୍‌ଜି ଏସ୍‌ଟିଏଫ୍‌ ସାମିଲ ଅଛନ୍ତି । ତେବେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଯାହାଫଳରେ ଏବେବି ପୁରା ଅଞ୍ଚଳକୁ ଘେରିଯାଇଛନ୍ତି ସୁରକ୍ଷାକର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.