ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଗୁଳି ବିନିମୟ, ପୋଲିସ-ମାଓବାଦୀ ମୁହାଁମୁହିଁ

Published By : Prameya-News7 Bureau | October 27, 2020 IST

ମାଲକାନଗିରି ୨୭।୧୦: ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି ।

ଖବର ଅନୁଯାୟୀ, ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଜଙ୍ଗଲରେ  ମାଓ କ୍ୟାମ୍ପ ଥିବାର ଖବର ମିଳିଥିଲା । ଯାହାପରେ SOG ଓ DVF ବାହିନୀ ପକ୍ଷରୁ କୁମ୍ବି ଅପରେସନ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ୍‌ ଜଙ୍ଗଲରେ ଗୁଳିମାଡ଼ର ଶବ୍ଧ ଆସିଥିଲା । ସୁରକ୍ଷାକର୍ମୀମାନେ ଏହା ଶୁଣି ସଜାଗ ହୋଇଯାଇଥିଲେ । ତେବେ ଏତେ ପରିମାଣର ସୁରକ୍ଷା ଯବାନ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା ଆରମ୍ଭ କରିଥିଲେ ।  ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବାର ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ମୃତାହତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ଆସିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.