Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ

28/09/2021 at 7:43 AM

ମାଲକାନଗିରି, ୨୮|୦୯:   ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ସି.ଆର.ପି.ଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ । ପାମେଡ୍ ଥାନା ଧର୍ମଗଡ଼ ସି.ଆର.ପି.ଏଫ. କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଛନ୍ତି ।

ସୂଚନାନୁସାରେ, ସିଆରପିଏଫ ଯବାନମାନେ ନକ୍ସଲ ବିରୋଧି ଅପରେସନରେ ସାମିଲ ହେଉଛନ୍ତି । ସେମାନେ ଛତିଶଗଡ ସୀମାନ୍ତ ଧର୍ମଗଡରେ କ୍ୟାମ୍ପ କରି ରହିଥିଲେ । ତେବେ କ୍ୟାମ୍ପ ଉପରେ ଲାଲ୍ ବାହିନୀ ଅତର୍କିତ ଆକ୍ରମଣ କରିଥିଲା । ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।୨ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା  ।

ଏହି କ୍ୟାମ୍ପ ସ୍ଥାପନ ହେବା ପର ଠାରୁ ସ୍ଥାନୀୟ ଆଦିବାସୀ ଓ ଯବାନ ବାରମ୍ବାର ମୁହାଁମୁହିଁ ହୋଇିଛନ୍ତି । ତେବେ ଆକ୍ରମଣ ସମ୍ପର୍କରେ ବିଜାପୁର ଏ.ଏସ.ପି ପଙ୍କଜ ଶୂକ୍ଲା ସୂତନା ଦେଇଥିଲେ ।

   Related Posts