Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସାଧାରଣ ଯୁବତୀରୁ ଅଭିନେତ୍ରୀ ହେଲେ ପୂର୍ଣ୍ଣିମା : ‘ଗୁଲାବୋ ସିତାବୋ’ରେ ଆୟୁଷ୍ମାନଙ୍କ ବିପକ୍ଷରେ ଆସିଲେ ନଜର

13/06/2020 at 10:56 AM

ମୁମ୍ବାଇ ୧୩/୬: ଫିଲ୍ମ ‘ଗୁଲାବୋ ସିତାବୋ’ରେ ଡେବ୍ୟୁ କରୁଛନ୍ତି ନବାଗତା ଅଭିନେତ୍ରୀ ପୂର୍ଣ୍ଣିମା ଶର୍ମା। ଏହି ଫିଲ୍ମରେ ସେ ହୋଇଛନ୍ତି ଫୌଜିଆ ଯିଏ ଆୟୁଷ୍ମାନ ଖୁରାନାଙ୍କ ବୁଦ୍ଧିମତୀ ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରୁଛନ୍ତି। ଉତ୍ତରପ୍ରଦେଶର ଏହି ଯୁବତୀଙ୍କ ଫିଲ୍ମି ଦୁନିଆ ସହ କୌଣସି ସମ୍ପର୍କ ନଥିଲା। କଲେଜରେ ପଢ଼ୁ ପଢ଼ୁ ତାଙ୍କୁ ଏହି ଫିଲ୍ମ କିପରି ମିଳିଥିଲା ତାହା ଏକ ଆଶ୍ଚର୍ଯ୍ୟଜନକ ବିଷୟ।

ଉତ୍ତରପ୍ରଦେଶର ସହରର ବରେଲି ସହ ଜଡ଼ିତ ମଢ଼ିନାଥରେ ରହୁଥିବା ପୂର୍ଣ୍ଣିମାଙ୍କ ଫିଲ୍ମି ଦୁନିଆ ସହ କୌଣସି ସମ୍ପର୍କ ନାହିଁ। ସେ ଜଣେ ମଧ୍ୟମ ବର୍ଗର ପରିବାରର ଝିଅ,କିନ୍ତୁ ସେ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ପୂର୍ଣ୍ଣିମା ରଙ୍ଗମଞ୍ଚର ସାହାଯ୍ୟ ନେଇଥିଲେ ଏବଂ ସେ ଖଣ୍ଡେଲଓ୍ବାଲ୍ କଲେଜରୁ ବିଏଡ କରୁଥିବାବେଳେ ରଙ୍ଗମଞ୍ଚରେ ସାମିଲ ହୋଇଥିଲେ।

ଏଠାରେ ନାଟକରେ କାମ କରିବାବେଳେ ତାଙ୍କୁ ୨୦୧୮ମସିହାରେ ଲକ୍ଷ୍ନୌର ଭାରତେନ୍ଦୁ ନାଟକ ଏକାଡେମୀରେ ଆଡମିଶନ୍ ମିଳିଯାଇଥିଲା। ଏଠାରେ ତାଙ୍କୁ ଗୁଲାବୋ ସିତାବୋର ଅଡିସନରେ ଯିବାକୁ ସୁଯୋଗ ମିଳିଥିଲା। ପାଖାପାଖି ୧୦୦ଜଣ ଝିଅଙ୍କ ଅଡିସନ୍ ମଧ୍ୟରେ କାଷ୍ଟିଂ ଡାଇରେକ୍ଟର ମହମ୍ମଦ ସୈଫ ତାଙ୍କୁ ବାଛିଥିଲେ। ଏହା ପରେ ଫିଲ୍ମର ମୁଖ୍ୟ କାଷ୍ଟିଂ ଡାଇରେକ୍ଟର ଜୋଗୀ ମଲଙ୍ଗଙ୍କୁ ମଧ୍ୟ ତାଙ୍କ ଅଡିସନ୍ ଭଲ ଲାଗିଥିଲା। ଏହା ପରେ ଫିଲ୍ମର ବାକି ଟିମ୍ ଅଡିସନକୁ ଆପ୍ରୃଭ କରିଥିଲେ ଏବଂ ଏଭଳିଭାବେ ପୂର୍ଣ୍ଣିମା ହୋଇଥିଲେ ‘ଗୁଲାବୋ ସିତାବୋ’ର ଫୌଜିଆ।

ଏବେ ପୂର୍ଣ୍ଣିମା ନିଜ କୋର୍ସ କରୁଥିବାବେଳେ ତାଙ୍କୁ ଏହି ଫିଲ୍ମ ମିଳିଯାଇଛି। ଫିଲ୍ମର ସୁଟିଂ ଲକ୍ଷୌରେ ଥିବାରୁ ପଢ଼ା ସହ ପୂର୍ଣ୍ଣିମାଙ୍କ ସୁଟିଂ ମଧ୍ୟ ହୋଇଯାଇଥିଲା। ଫିଲ୍ମଟି ରିଲିଜ ହେବା ପରେ ଭାରତେନ୍ଦୁ ଏକାଡେମୀରେ ତାଙ୍କ କୋର୍ସ ସମ୍ପୂର୍ଣ୍ଣ ହୋଇଛି।

ଫିଲ୍ମରେ ପୂର୍ଣ୍ଣିମାଙ୍କ ବେଶୀ ସିନ୍ ନାହିଁ। କିନ୍ତୁ ଆୟୁଷ୍ମାନଙ୍କ ସହ ସବୁ ସିନ୍ ତାଙ୍କ ଦମଦାର ରହିଛି। ଲକ୍ଷ୍ନୌର ଜଣେ ମୁସଲିମ୍ ଯୁବତୀଙ୍କ ଭୂମିକାରେ ପୂର୍ଣ୍ଣିମା ବହୁତ ଭଲ ଅଭିନୟ କରିଛନ୍ତି।

ତାଙ୍କର ଫିଲ୍ମର ଏକ ଡାୟଲଗ୍ ‘ହମେ ପତା ନହିଁ ଥା କି ଇତନେ ଗରିବ ହେଁ ଆପ୍’ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି ଏବଂ ଏଥିରେ ଅନେକ ମିମ୍ ମଧ୍ୟ ହେଉଛି। ପୂର୍ଣ୍ଣିମାଙ୍କ ହୋମ୍ ଟାଉନ୍ ବରେଲି ଏବଂ ଲକ୍ଷ୍ନୌରେ ତାଙ୍କୁ ଫିଲ୍ମ ରିଲିଜ ହେବା ପରେ ଖୁବ୍ ପ୍ରଶଂସା ମିଳୁଛି। ଖାସ୍ କରି ଭାରତେନ୍ଦୁ ଏକାଡେମୀରୁ ଯେଉଁଠାରୁ ନଓ୍ବାଜୁଦ୍ଦିନ ସିଦ୍ଦିକୀ ଏବଂ ରାଜପାଲ ଯାଦବ ଭଳି କଳାକାର ଅଭିନୟ କୋର୍ସ କରିଛନ୍ତି ସେଠାରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି।

   Related Posts