Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC

27/09/2021 at 1:20 PM

ଭୁବନେଶ୍ବର ୨୭।୯: ବାତ୍ୟା ‘ଗୁଲାବ’ କ୍ଷୟକ୍ଷତି ନେଇ ପ୍ରେସମିଟ୍ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏସଆରସି କହିଛନ୍ତି, ‘ଗୁଲାବ’ ପ୍ରଭାବରେ ରାଜ୍ୟର ବେଶୀ ପବନ ହୋଇନାହିଁ । ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୫୫ କି.ମି. ରହିଥିଲା । ଆଉ ୪ ଘଣ୍ଟା ମଧ୍ୟରେ ‘ଗୁଲାବ’ ଓଡିଶା ଅତିକ୍ରମ କରିଯିବ । ବର୍ତ୍ତମାନ ଏହା ଗଭୀର ଅବପାତରେ ରହିଛି । ଅବପାତରେ ପରିଣତ ହୋଇ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ ।

‘ଗୁଲାବ’ ପ୍ରଭାବରେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗୋଟିଏ ଗୋଟିଏ ବ୍ଲକ୍ ରେ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀ ବ୍ଲକରେ ୧୪୫ ମି.ମି. ଓ ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମି.ମି. ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ସୁଙ୍କି ଘାଟିରେ ମାଡି ଅତଡା ଧସିଛି । ଫଳରେ ରାଜପଥ ଅବରୋଧ ହୋଇଛି । ସେଠାରେ କାମ ଚାଲିଛି । ଯଥାଶୀଘ୍ର ମରାମତି କରାଯାଇ ଯାତାୟତ ସ୍ବାଭାବିକ ହେବ । ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଗଛ ଉପୁଡିପଡିଛି । ଗଜପତିର ଗୋଶାଣୀରେ ୮୩ ମି.ମି., ମୋହନାରେ ୩୩ ମି.ମି., ରାୟଗଡ ବ୍ଲକରେ ୬୦ ମି.ମି. ଓ ନୂଆଗଡରେ ୩୩ ମି.ମି. ବର୍ଷା ରେକର୍ଡ ହୋଇଛି ।

ବାତ୍ୟା ‘ଗୁଲାବ’ ପ୍ରଭାବରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ଯଦି କିଛି କ୍ଷତି ହୋଇଛି ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । ମୋଟ୍ ୪୬ ହଜାର ୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ଆଶ୍ରୟସ୍ଥଳରେ ସେମାନଙ୍କୁ ରଖାଯାଇଥିଲା । ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

   Related Posts