ନିୟମକୁ ଆଖିଠାର : ଗୁଜୁରାଟ IITର ୨୫ ବର୍ଷରୁ କମ୍ ୯୦୦ ଛାତ୍ରଛାତ୍ରୀଙ୍କୁ ଦିଆଗଲା କୋଭିସିଲ୍ଡ ଟିକା

Published By : Prameya-News7 Bureau | April 08, 2021 IST

ଗୁଜୁରାଟ ୮/୪: ଗୁଜୁରାଟ ଗାନ୍ଧିନଗର ସ୍ଥିତ IITରୁ ଚିନ୍ତାଜନକ କଲାଭଳି ଘଟଣା ସାମ୍ନାକୁ ଆସିଛି । ଇନିଷ୍ଟିଚ୍ୟୁଟର ୨୫ ବର୍ଷରୁ କମ୍ ଥିବା ୯୦୦ ଜଣ ଛାତ୍ରଛାତ୍ରୀଙ୍କୁ ଭ୍ୟାକସିନ୍ ଦିଆଯାଇଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ବର୍ତ୍ତମାନ ଦେଶରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ନେଇ ନିୟମ ରହିଛି । ହେଲେ ଏଠି କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି ।

ସୋମବାର ମହାରାଷ୍ଟ୍ର ସରକାର ୨୫ ବର୍ଷରୁ ଅଧିକଙ୍କୁ ଟିକା ଦେବା ନେଇ ଅପିଲ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ତାଙ୍କ ଅପିଲକୁ ଗ୍ରହଣ କରିଛନ୍ତି । ତେବେ ଗାନ୍ଧିନଗର ଇନିଷ୍ଟିଚ୍ୟୁଟ୍ ଯେଉଁ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯାଇଛି ସେମାନଙ୍କ ବୟସ ୨୫ ବର୍ଷରୁ କମ୍ ବୟସ ରହିଛି । ଆଇଆଇଟି ଗାନ୍ଧିନଗର ଅଧିକାରୀଙ୍କୁ ପୂର୍ବରୁ ଇମେଲ ହୋଇଥିଲା କି କ୍ୟାମ୍ପସରେ ଟିକାକରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହେବାର ଅଛି । ତେବେ କୋଭିସିଲ୍ଡ ଭ୍ୟାକସିନ୍ ନେଇ ଏହି ସଚେତନ କରାଯିବ । ତେବେ ଏଠାରେ ସଚତେନ କରିବା ବଦଳରେ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଟିକା ଦିଆଯାଇଛି । ଏହି ଟିକାଦାନ କରିଥିଲେ ବିଶ୍ୱବିଦ୍ୟାଳୟର ଡିସପେନସାରୀ ଡାକ୍ତର ଓ ନର୍ସ । ତେବେ ଆଶ୍ଚର୍ଯ୍ୟର କଥା ଏସବୁ ଗାନ୍ଧିନଗର ନଗର ନିଗମ ଇଙ୍ଗିତରେ ହୋଇଥିଲା । ସେପଟେ ଏ ସଂପର୍କରେ ଜିଏମସି ଅଧିକାରୀ ରତ୍ନାକର ଏଚ୍. ଗଧଭିଚରନଙ୍କୁ ପଚାରିବାରୁ ସେ କହିଛନ୍ତି ମୋ ପାଖରେ ଏ ସଂପର୍କରେ କୌଣସି ସୂଚନା ନାହିଁ । ମୋ ପାଖରେ ଯେଉଁ ନିର୍ଦ୍ଦେଶ ଅଛି ମୁଁ ସେ ମୁତାବକ୍ କାମ କରୁଛି । ଗତ ମାସରେ IIT ଗାନ୍ଧିନଗରର କିଛି ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.