Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର

2/12/2021 at 8:58 AM

ଗାନ୍ଧୀନଗର, ୦୨|୧୨: ସିବିଏସଇର ପ୍ରଶ୍ନପତ୍ରକୁ ନେଇ ବିବାଦ । ବୋର୍ଡ ଦ୍ୱାରା ଦ୍ୱାଦଶ ଟର୍ମ ୧ର ପରୀକ୍ଷା ଆରମ୍ଭ ହୋଇଯାଇଛି । ବୁଧବାର ସମାଜଶାସ୍ତ୍ର ପରୀକ୍ଷା ଥିଲା । ଏଥିରେ ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଶ୍ନ କରାଯାଇଥିଲା ।

ସୂଚନାନୁସାରେ, ଛାତ୍ରଛାତ୍ରୀମାନେ ବୁଧବାର ପରୀକ୍ଷା ଦେବା ପାଇଁ ପ୍ରଶ୍ନ ଦେଖିଥିଲେ । ବିବାଦୀୟ ପ୍ରଶ୍ନ ଉପରେ ସେମାନଙ୍କ ନଜର ପଡିଥିଲା । ପରୀକ୍ଷା କରିବା ପରେ ପରୀକ୍ଷାର୍ଥୀମାନେ ବାହାରକୁ ଆସି ପ୍ରଶ୍ନପତ୍ର ନେଇ ଆପତ୍ତି ପ୍ରକାଶ କରିଥିଲେ । ସନ୍ଧ୍ୟାସୁଦ୍ଧା ଏହି ପ୍ରସଙ୍ଗ ଅଧିକ ସଙ୍ଗୀନ ହୋଇଯାଇଥିଲା ।

ଏପରି ପ୍ରଶ୍ନ ଦେଖି ଛାତ୍ରମାନେ ଚକିତ ହୋଇଯାଇଥିଲେ । ମାମଲା ଗୁରୁତର ହେବା ପରେ ସିବିଏସଇ ନିଜ ତରଫରୁ ଟ୍ୱିଟ୍ କରିବା ସହ ଏପରି ପ୍ରଶ୍ନ ଅନୁଚିତ ବୋଲି କହିଥିଲା । ଏପରିକି ଏହି ପ୍ରଶ୍ନ ବୋର୍ଡର ଗାଇଡଲାଇନ ଉଲ୍ଲଙ୍ଘନ କରୁଛି । ଗାଇଡଲାଇନରେ କେବଳ ପାଠ୍ୟବସ୍ତୁ ସମ୍ପର୍କିତ ରହିବା ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।  ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

   Related Posts