Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୬୮ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଉତାରିବାକୁ କହିଲେ ଅଧ୍ୟକ୍ଷା : ବିବାଦରେ ଗୁଜୁରାଟର ମହିଳା ଶିକ୍ଷାନୁଷ୍ଠାନ, ମହିଳା କମିଶନ ଦେଲେ ନୋଟିସ

 ଗାନ୍ଧିନଗର ୧୪/୦୨ – ଗୁଜୁରାଟର ଏକ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଏକ ଅଦ୍ଭୁତ କାର୍ଯ୍ୟଲାଗି ବାଧ୍ୟ କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି, ବିବାଦର କାରଣ ହୋଇଛି । ଘଟଣାଟି ଭୁଜ ସହର  ସ୍ଥିତ ଶ୍ରୀ ସହଜାନନ୍ଦ ଗର୍ଲ୍ସ ଇନଷ୍ଟିଚ୍ୟୁଟ୍‌ ରେ ଘଟିଛି। ସ୍ବାମୀନାରାୟଣ ସଂପ୍ରଦାୟ ଦ୍ବାରା ପରିଚାଳିତ ଏହି ଛାତ୍ରୀ ଅନୁଷ୍ଠାନରେ ପ୍ରାୟ ୬୮ଜଣ ଛାତ୍ରୀଙ୍କୁ  ଅଧ୍ୟକ୍ଷା ପୋଷାକ ଉତ୍ତାରିବାକୁ କହିବାକୁ ନେଇ ଏହି ବିବାଦ । ଛାତ୍ରୀ ମାନଙ୍କର  ମାସିକ ଧର୍ମ ବା ଋତୁସ୍ରାବ ହୋଇଛି କି ନା ତାହା ଯାଞ୍ଚ କରିବାକୁ  ସେମାନଙ୍କୁ ଅନ୍ତବସ୍ତ୍ର ଓହ୍ଲାଇବାକୁ  ନିର୍ଦ୍ଦେଶ ଦେଇଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ।ଛାତ୍ରୀ ମାନଙ୍କୁ ହଷ୍ଟେଲରେ ଧାଡିରେ ଛିଡା କରାଇ ପ୍ରଶ୍ନ କରାଯାଇଥିଲା । ତାହାପରେ ସେମାନଙ୍କୁ ଜଣକପରେ ଜଣେ କରି ହଷ୍ଟେଲର ୱାସ ରୁମ୍‌କୁନେଇ  ପୋଷାକ ଓହ୍ଲାଇବାକୁ କହିଥିଲେ ପ୍ରିନ୍ସପାଲ ଓ କିଛି ଶିକ୍ଷୟତ୍ରୀ ।ଏବେ ଏହା ଆଲୋଡନ ସୃଷ୍ଟି କରିଛି । ବିବାଦରେ ଫସିଛନ୍ତି କଲେଜ କର୍ତ୍ତୁପକ୍ଷ । ରାଜ୍ୟ ଓ ଜାତୀୟ ମହିଳା କମିସନ ପଠାଇଛନ୍ତି ନୋଟିସ ।

ଶ୍ରୀ ସହଜାନନ୍ଦ ଗର୍ଲ୍ସ ଇନଷ୍ଟିଚ୍ୟୁଟ୍‌ ହଷ୍ଟେଲ ମୁଖ୍ୟଙ୍କ ଅଭିଯୋଗ ପରେ ହିଁ ଏପରି  ଘଟିଛି । ହଷ୍ଟେଲ ମୁଖ୍ୟ ଅଭିଯୋଗ କରିଥିଲେ ଯେ, କିଛି ଛାତ୍ରୀ ସେମାନଙ୍କ ଋତୁ ସ୍ରାବ ସମୟରେ ଧାର୍ମିକ ନୀତି ନିୟମକୁ ଉଲଂଘନ କରୁଛନ୍ତି ।ସାଧାରଣତଃ ମାସିକ ଧର୍ମ ସମୟରେ ବାଳିକା ଙ୍କ ଠାରୁ ମହିଳାଙ୍କ ପର୍ଯ୍ୟନ୍ତ , କାହାରିକୁ ମନ୍ଦିରଏବଂ ରୋଷ ଶାଳା ପ୍ରବେଶ କରିବାକୁ ଅନୁମତି ନାହିଁ ।ଏହି ନିୟମ ସ୍ବାମୀନାରାୟଣ ସଂପ୍ରଦାୟ ବା ଅନୁଗାମୀଙ୍କ ଲାଗି ଏକ ବଡ଼ ଏବଂ କଠୋର ନିୟମ । କିନ୍ତୁ ହଷ୍ଟେଲର କିଛି ଛାତ୍ରୀ ସେହି ନିୟମ ମାନୁ ନଥିବା ଏବଂ ଋତୁସ୍ରାବ ସମୟରେ ମନ୍ଦିର ତଥା ରୋଷ ଘରେ ପ୍ରବେଶ କରୁଥିବା କହିଥିଲେ ହଷ୍ଟେଲ ମୁଖ୍ୟ ।ହଷ୍ଟେଲ ବାହାର ବଗିଚାରେ ଏକ ବ୍ୟବହୃତ ସାନିଟାରୀ ପ୍ୟାଡ୍‌ ମିଳିଥିଲା । ତାହାପରେ ହିଁ  ହଷ୍ଟେଲ  ମୁଖ୍ୟ ପ୍ରିନସିପାଲଙ୍କୁ ଅଭିଯୋଗ କରିଥିଲେ । ତାପରେ ଛାତ୍ରୀ ମାନଙ୍କୁ ପୋଷାକ ଓହ୍ଲାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅଧ୍ୟକ୍ଷା ରୀତା ରଙ୍ଗିଆ । ଘଟଣାଟି ବାହାରେ ପ୍ରଘଟ ପରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏପରି ଘଟଣାରେ ସେମାନେ ମାନସିକ ନିର୍ଯାତନା ଭୋଗୁଥିବା ଛାତ୍ରୀ ମାନେ କିଛି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

 ଏହି ଖବର ପ୍ରକାଶ ପରେ ଗୁଜୁରାଟ ରାଜ୍ୟ  ମହିଳା କମିଶନ ଏବଂ ଜାତୀୟ ମହିଳା କମିଶନ ଅନୁଷ୍ଠାନର ଅଧ୍ୟକ୍ଷାଙ୍କୁ ନୋଟିସ କରି ଜବାବ ମାଗିଛନ୍ତି ।କୁଚ୍ଚ ବିଶ୍ବବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତଲାଗି ଏକ ୫ ଜଣିଆ କମିଟି ଗଠନ କରାଯାଇଛି ।    

   Related Posts