Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଉପରମୁହାଁ କରୋନା ଗ୍ରାଫ୍: ଫେରିବାକୁ ଲାଗିଛି ପୂର୍ବ ସ୍ଥିତି, ରାଜସ୍ଥାନର ସବୁ ସୀମା ସିଲ୍ କଲା ଗୁଜରାଟ

2/04/2021 at 12:25 PM

ଡୁଙ୍ଗରପୁର ୦୨/୦୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପୁଣିଥରେ ପୂର୍ବ ଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ରାଜସ୍ଥାନ ସୀମା ସ୍ଥିତ ଗୁଜରାଟ ସତର୍କତା ପ୍ରକ୍ଷେପ ଗ୍ରହଣ ଆକାରୀ ରାଜସ୍ଥା-ଗୁଜରାଟ ସୀମା ସିଲ କରାଯାଇଛି। ଗୁଜରାଟ ପୋଲିସ ସୀମାରେ ପ୍ରବେଶ ନେଇ କଡାକଡି ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଜରାଟ ପୋଲିସ ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ରତନପୁର, ମାଣ୍ଡଲି, ଉଡାବା ସୀମା ସିଲ କରିଦେଇଛି। ଗୁଜରାଟ ପୋଲିସ ରାଜ୍ୟ ସୀମାରେ ନାକାବନ୍ଦୀ କରୁଛି। ସୀମା ଦେଇ ଯାଉଥିବା ଗାଡି ଓ ଯାତ୍ରା କରୁଥିବା ଯାତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଅଥବା ଭ୍ୟାକସିନ ସାର୍ଟିଫିକେଟ ଯାଞ୍ଚ କରି ଗୁଜରାଟ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ରିପୋର୍ଟ ଦେଖାଇ ପାରୁନଥିବା ଯାତ୍ରୀଙ୍କୁ ଫେରି ଦିଆଯାଉଛି। ରାଜସ୍ଥାନରୁ ନିଜ ଘରକୁ ଫେରୁଥିବା ଗୁଜରାଟୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଗୁଜରାଟ ପୋଲିସ ଯାତ୍ରୀଙ୍କ ୭୨ ଘଣ୍ଟାର ଆରଟି-ପିସିଆର ରିପୋର୍ଟ ଯାଞ୍ଚ କରୁଛି। ରାଜସ୍ଥାନରୁ ଯାଉଥିବା ମାଲବାହୀ ଗାଡି ବା ଟ୍ରାନ୍ସପୋର୍ଟ ସମ୍ବନ୍ଧୀୟ ଗାଡି ମଧ୍ୟ ବିନା ରିପୋର୍ଟରେ ପ୍ରବେଶ କରିବାକୁ ଦିଆଯାଉନାହିଁ। ସୀମାରେ ରାଜସ୍ଥାନ ପୋଲିସ ନିୟୋଜିତ ଅଛନ୍ତି। କିନ୍ତୁ ରାଜସ୍ଥାନ ପୋଲିସ ଗୁଜରାଟ ପୋଲିସ ଭଳି କଡାକଡି ପଦକ୍ଷେପ ନେଉନାହାନ୍ତି। ଗୁଜରାଟରୁ ଆସୁଥିବା ଯାତ୍ରୀ ଆରଟି-ପିସିଆର ନେଗେଟିଭ ରିପୋର୍ଟ କିମ୍ବା ଭ୍ୟାକସିନେସନ ସାର୍ଟିଫିକେଟ ନ ଦେଖାଇଲେ ବି ତାଙ୍କୁ ପ୍ରବେଶ କରିବାକୁ ଦିଆଯାଉଛି। କିନ୍ତୁ ରାଜସ୍ଥାନ ପୋଲିସ ଯାତ୍ରୀଙ୍କ ହୋମ ଆଇସୋଲେସନ ଅନିବାର୍ଯ୍ୟ କରିଛି।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ରାଜସ୍ଥାନରେ ସଂକ୍ରମଣ ଓ ମୃତ୍ୟୁ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଗୁରୁବାର ଦିନ ରାଜ୍ୟରେ ୧୩୫୦ ନୂଆ ମାମଲା ସାମ୍ନାକୁ ଆସିଛି।

   Related Posts