କଂଗ୍ରେସ ମୁଖ୍ୟ ଭରତ ସିଂହ ସୋଲଙ୍କି କରୋନା ପଜିଟିଭ୍

Published By : Prameya-News7 Bureau | June 22, 2020 IST

ଅହମଦାବାଦ ୨୨/୦୬ : ଗୁଜରାଟର ପୂର୍ବତନ କଂଗ୍ରେସ ମୁଖ୍ୟ ଭରତ ସିଂହ ସୋଲଙ୍କି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କୁ ବଡୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୋଲଙ୍କି କିଛି ଦିନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ | ନିର୍ବାଚନ ସମୟରେ ସେ ବିଧାୟକଙ୍କ ସହିତ ହୋଟେଲ ମଧ୍ୟ ରହିଥିଲେ | ଏହିଭଳି ପରିସ୍ଥିତିଟେ ତାଙ୍କ ସମ୍ପର୍କରେ ଆସିଥିବା ଅନେକ ଲୋକ କରୋନା ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି |

ସେ କଂଗ୍ରେସ ମୁଖ୍ୟ ଅମିତ ଛାଵଡାଙ୍କ ସମ୍ପର୍କରେ ମଧ୍ୟ ଆସିଥିଲେ ବୋଲି କୁହାଯାଉଛି | ସୋଲଙ୍କି ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା ଶକ୍ତି ସିଂହଙ୍କ ସମ୍ପର୍କରେ ମଧ୍ୟ ଆସିଥିବା କୁହାଯାଉଛି | ତାଛଡା ସେ କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତାଙ୍କ ସମ୍ପର୍କରେ ଆସିଛନ୍ତି |

ରବିବାର ଦିନ ଗୁଜରାଟରେ ୫୮୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ଗୁଜରାଟରେ ସଂକ୍ରମଣ ସଂଖ୍ୟା ୨୭ ହଜାର ପାର କରିସାରିଛି | ୨୫ କରୋନା ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୬୬୪ ରେ ପହଞ୍ଚିଛି |

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ସଂକ୍ରମଣ ମାମଲା ୨୭ ହଜାର ୩୧୭ରେ ପହଞ୍ଚିଛି | ଅହମଦାବାଦରେ ୨୭୩ ନୂଆ ମାମଲା ସାମ୍ନାକୁ ଆସିଛି | ଅହମଦାବାଦରେ ସଂକ୍ରମଣ ସଂଖ୍ୟା ୧୮ ହଜାର ୮୩୭ ରେ ପହଞ୍ଚିଛି | ସୁରଟରେ ୧୭୬ ନୂଆ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମଣ ସଂଖ୍ୟା ୩ ହଜାର ୨୩୩ରେ ପହଞ୍ଚିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.