ବିଜେପିରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ଵସ୍ଥ ଓ ଗୁଜରାଟ କ୍ୟାଡର୍ ଆଇଏଏସ୍ ଅରବିନ୍ଦ ଶର୍ମା
14/01/2021 at 1:52 PM

ନୂଆଦିଲ୍ଲୀ ୧୪/୦୧ : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଅଧିକାରୀ ଏବଂ ୧୯୮୮ ଗୁଜୁରାଟ କ୍ୟାଡରର ପୂର୍ବତନ ଆଇଏଏସ ଅରବିନ୍ଦ ଶର୍ମା ବିଜେପିରେ ସାମିଲ ହୋଇଛନ୍ତି। ଅରବିନ୍ଦ ଶର୍ମା ଗୁରୁବାର ଦିନ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ ହେବାପରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ ଅରବିନ୍ଦ ଶର୍ମା।
ସୂଚନାଯୋଗ୍ୟ ଯେ, ଅରବିନ୍ଦ ଶର୍ମାଙ୍କୁ ଉତ୍ତର ପ୍ରଦେଶରେ ବଡ ଦାୟିତ୍ୱ ଦିଆଯାଇପାରେ | ସୋମବାର ଦିନ ଅରବିନ୍ଦ ଶର୍ମା ଭାରତୀୟ ପ୍ରଶାସନିକ ସେବାରୁ ଭିଆରଏସ ଗ୍ରହଣ କରିଥିଲେ। ଏକେ ଶର୍ମା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର ବୋଲି କୁହାଯାଏ। ଗୁଜରାଟରେ ସେ ମୋଦିଙ୍କ ସହ କାମ କରିଛନ୍ତି। ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଏକେ ଶର୍ମା ଦିଲ୍ଲୀ ଆସିଥିଲେ ପିଏମଓରେ ଅଧିକାରୀ ହୋଇଥିଲେ। ପ୍ରଥମେ ସେ ସିଏମଓ ଏବଂ ପରେ ପିଏମଓରେ ଗୁରୁତ୍ତ୍ୱପୂର୍ଣ ଦାୟିତ୍ୱ ନେଇଥିଲେ।

ଅରବିନ୍ଦ ଶର୍ମା କହିଛନ୍ତି, “ମୁଁ ଦଳରେ ସାମିଲ ହୋଇ ଗୌରବାନ୍ୱିତ ଅନୁଭବ କରୁଛି। ଦେଶରେ ବହୁତ ଦଳ ଅଛି। ମୁଁ କୌଣସି ରାଜନୈତିକ ଦଳ ସହ ସମ୍ବନ୍ଧିତ ନୁହେଁ। ତଥାପି ବିଜେପିରେ ସାମିଲ ହୋଇ ଦଳର ସଦସ୍ୟ ହୋଇଛି। ଏହିଭଳି କାମ କେବଳ ମୋଦିଜି ଓ ବିଜେପି ହିଁ କରିପାରି।”
ଉତ୍ତର ପ୍ରଦେଶ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ କହିଛନ୍ତି ଯେ ଅରବିନ୍ଦ ଶର୍ମା ଅନେକ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି। ତାଙ୍କର ସଚ୍ଚୋଟ ଛବି ଲୋକଙ୍କୁ ପ୍ରଭାବିତ କରିଛି। ଅରବିନ୍ଦ ଶର୍ମାଙ୍କ ଘର ଉତ୍ତର ପ୍ରଦେଶ ମଉରେ।