Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଗୁଜୁରାଟରେ ବିଜେପି ଓ କଂଗ୍ରେସକୁ ଚେକ୍ ଦେବେ ଓଓ୍ୱେସୀ, ବିଟିପି ସହ ମିଶି ଲଢିବେ ନିର୍ବାଚନ

27/12/2020 at 9:01 AM

ଗାନ୍ଧୀନଗର,୨୭/୧୨: ଅସଦ୍ଦୁଦ୍ଦୀନ ଓଓ୍ୱେସୀଙ୍କ ଦଳ ଏଆଇଏମଆଇଏମ ଗୁଜୁରାଟରେ ନିର୍ବାଚନ ଲଢିବ । ଏଥିପାଇଁ ଦଳ ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି ସହ ମେଣ୍ଟ କରିଛି । ଯାହାକୁ ନେଇ କଂଗ୍ରେସର ଚିନ୍ତା ବଢି ଯାଇଛି । କାରଣ ବିଟିପି ରାଜସ୍ଥାନରେ କଂଗ୍ରେସଠୁ ଅଲଗା ହେବା ପରେ ପ୍ରତିଶୋଧ ଲକ୍ଷ୍ୟରେ ରହିଛି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବିହାର ଓ ଉତ୍ତ୍ର ପ୍ରଦେଶ ପରେ ଏଆଇଏମଆଇଏମ ରାଜସ୍ଥାନରେ ବିଟିପି ସହ ନିର୍ବାଚନ ମଇଦାନକୁ ଓହ୍ଲାଇବ । ଦଳ ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିସାରିଛି । ଗୁଜୁରାଟର ଆଦିବାସୀ ନେତା ଛୋଟୁଭାଇ ବାସାଙ୍କ ବିଟିପିର ରାଜସ୍ଥାନରେ ୨ଜଣ ବିଧାୟକ ଅଛନ୍ତି ।

ବିଟିପି ୨୦୧୭ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ସମର୍ଥନ କରିଥିବା ବେଳେ ରାଜସ୍ଥାନ ରାଜନୈତିକ ସଙ୍କଟ ବେଳେ ଅଶୋକ ଗେହଲଟଙ୍କୁ ସମର୍ଥନ କରିଥିଲା । କିନ୍ତୁ ଏବେ ବିଟିପି ଗେହଲଟ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହର କରିନେଇଛି ।

ଗୁଜୁରାଟରେ ୨ଜଣ ବିଧାୟକ ବିଟିପିର ଅଛନ୍ତି । ଦଳ କହିଛି ଯେ, ଓଓ୍ୱେସୀଙ୍କ ପାର୍ଟି ସହ ମେଣ୍ଟ ହୋଇଛି । ୨୦୨୧ ଫେବ୍ରୁଆରୀରେ ହେବାକୁ ଥିବା ନଗର ନିଗମ ନିର୍ବାଚନରେ ଉଭୟ ଦଳ ଏକାଠି ଲଢିବେ । ଏହାସହ ବିଜେପି ଓ କଂଗ୍ରେସକୁ ଆଇନା ଦେଖାଇବେ ବୋଲି ମଧ୍ୟ କହିଛନ୍ତି ।

ଏହାକୁ ନେଇ କଂଗ୍ରେସ ନେତା ପରେଶ ଧନାନୀ କହିଛନ୍ତି ଯେ, ବିଟିପି ହେଉଛି ବିଜେପିର ବି ଟିମ୍ । ସେମାନେ ଲଢିଲେ ବି ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ । କଂଗ୍ରେସ ଜିତିବ ବୋଲି ସେ କହିଛନ୍ତି ।

   Related Posts