Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପୁଅର ବିବାହରେ ନିଆରା କାର୍ଡ ଛପାଇଲେ ବ୍ୟକ୍ତି, ନିମନ୍ତ୍ରଣ ପତ୍ର ନୁହେଁ ସେ ଚଢେଇ ବସା

3/12/2021 at 11:42 AM

ନୂଆଦିଲ୍ଲୀ ୦୩/୧୨: ଆଜିକାଲି ଭାରତରେ ବିବାହ ସିଜିନ୍ ଚାଲିଛି। ଲୋକମାନେ ବିବାହରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କ ମତରେ, ଏହା ଏପରି ଏକ ଇଭେଣ୍ଟ ଯେଉଁଥିରେ ଲୋକମାନେ ସେମାନଙ୍କର ସାମର୍ଥ୍ୟ ଦେଖାନ୍ତି । ସମସ୍ତଙ୍କୁ ଦେଖାନ୍ତି ଯେ ସେମାନଙ୍କର କେତେ ସମ୍ପତ୍ତି ଅଛି । କିନ୍ତୁ ଏହି ସମୟରେ ବହୁ ଅର୍ଥ ମଧ୍ୟ ନଷ୍ଟ ହୁଏ। ଏପରି ବର୍ବାଦକୁ ଅଟକାଇବା ପାଇଁ ଜଣେ ଅଜବ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

unique wedding card

ଗୁଜୁରାଟର ଭବନଗରର ଉଚେଡି ଗ୍ରାମରେ ରହୁଥିବା ଶିବଭାଇ ଗୋହିଲଙ୍କ ଏହି ପଦକ୍ଷେପକୁ ଲୋକମାନେ ପସନ୍ଦ କରୁଛନ୍ତି। ଶିବଭାଇ ଜଣେ ପ୍ରକୃତିପ୍ରେମୀ। ସେ ତାଙ୍କ ପୁଅ ଏବଂ ଝିଅର ବିବାହରେ ଏପରି କାର୍ଡ ତିଆରି କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ପ୍ରକୃତିପ୍ରେମୀ ନରେନ୍ଦ୍ର ଭୋଇଙ୍କ ପରାମର୍ଶରେ ଶିବଭାଇ ଏପରି କାର୍ଡ ତିଆରି କରିଛନ୍ତି ଯାହା ବିବାହ ପରେ ପକ୍ଷୀମାନଙ୍କର ବସା ହୋଇଯାଏ। ଆର୍ଥାତ୍ ନିମନ୍ତ୍ରଣ ପରେ, ଆପଣ ଏହି କାର୍ଡ ଭିତରେ ପକ୍ଷୀମାନଙ୍କୁ ରଖିପାରିବେ। କିମ୍ବା ଆପଣ ଏହାକୁ ବାହାରେ ରଖି ସେମାନଙ୍କୁ ଆଶ୍ରୟ ଦେଇପାରିବେ ।

unique wedding card

ବର୍ଗ ବାକ୍ସ ପରି ଏହି କାର୍ଡ ଲୋକଙ୍କ ଠାରୁ ବହୁତ ପ୍ରଶଂସା ପାଇଛି। ଲୋକମାନେ ଏହି ଆଇଡିଆକୁ ବହୁତ ପସନ୍ଦ କରୁଛନ୍ତି। ଦି ବେଟର୍ ଇଣ୍ଡିଆ ଗୁଜରାଟୀ ନାମକ ପେଜରେ ଏହି କାର୍ଡର ଫଟୋ ସେୟାର କରାଯାଇଛି। ବିବାହ ପରେ ଏହି କାର୍ଡ ଭିତରେ ପକ୍ଷୀମାନେ ବସା ବାନ୍ଧି ରହି ପାରିବେ। ଏହା ଦ୍ୱାରା ପକ୍ଷୀମାନଙ୍କୁ ଆଶ୍ରା ମିଳିଯିବ ଏବଂ କାର୍ଡରେ ଟଙ୍କା ଅପଚୟ ହେବ ନାହିଁ ।

   Related Posts