ଧରାପଡ଼ିଲେ ଆଲବମ୍ ଅଭିନେତ୍ରୀ : ଡ୍ୟାନ୍ସ ପ୍ରୋଗ୍ରାମରେ ଡାକି ଲୁଟୁଥିଲେ ଲୋକଙ୍କୁ

Published By : Prameya-News7 Bureau | November 29, 2018 IST

ଅହମଦାବାଦ ୨୯/୧୧: ଡ୍ୟାନ୍ସ ପ୍ରୋଗ୍ରାମରେ ଡାକି ଲୋକଙ୍କୁ ଲୁଟୁଥିବା ଗୁଜୁରାଟୀ ଆଲବମ୍ ଅଭିନେତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଛି। ଏହି ଅଭିନେତ୍ରୀ ଜଣକ ହେଲେ ସଞ୍ଜନା ଓରଫ ସଞ୍ଜୁ ଦୁର୍ଗେଶଭାଇ ପରମାର। ଏହି ଅଭିନେତ୍ରୀଜଣକ  ‘ଓ୍ବନସ୍ ମୋର ବେଓ୍ବଫା’ ଏବଂ ‘ଜାନୁ ମାରି ଦଗାବାଜ’ ଭଳି ଅନେକ ଗୁଜୁରାଟୀ ଆଲବମରେ ଅଭିନୟ କରିଛନ୍ତି। ପୋଲିସରେ ଅଭିଯୋଗ ନ କରିବା ପାଇଁ ସେ ଲୋକମାନଙ୍କୁ ନ୍ୟୁଡ୍ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ। ରାମୋଲ ପୋଲିସ୍ ଥାନାରେ ୩ଜଣ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସଙ୍କ କହିବା ଅନୁସାରେ ସଞ୍ଜୁ ତାଙ୍କ ସହଯୋଗୀ ମୋହନ ଅଲି ସୟଦଙ୍କ ସହ ମିଶି ଲୁଟ୍ କରୁଥିଲେ। ସଞ୍ଜୁ ଡ୍ୟାନ୍ସ୍ ପ୍ରୋଗ୍ରାମରେ ଆସିଥିବା ଦର୍ଶକଙ୍କ ସହ ପ୍ରଥମେ ବନ୍ଧୁତା କରିଥିଲେ ଏବଂ ପରେ ତାଙ୍କୁ ନିଜ ଡ୍ୟାନ୍ସ ପ୍ରୋଗ୍ରାମରେ ନିମନ୍ତ୍ରଣ କରୁଥିଲେ। ଏହା ପରେ ତାଙ୍କ ସହଯୋଗୀ ଏବଂ ସେ ଲୋକଙ୍କୁ ଲୁଟୁଥିଲେ। ସୂଚନା ଅନୁସାରେ ସଞ୍ଜନାଙ୍କ ସ୍ବାମୀ ବେରୋଜଗାର ଥିଲେ। ନିଜ ସଉକ ପୂରା କରିବା ପାଇଁ ସେ ଚୋରି କରିବା ଆରମ୍ଭ କରିଥିଲେ। ସେ ନିଜ ବେକାର ସ୍ବାମୀଙ୍କୁ ଛାଡ଼ି ରାମୋଲରେ ରହୁଥିଲେ। ସେଠାରେ ରହିବା ପରେ ତାଙ୍କ ସାକ୍ଷାତ ମୋହନ ଅଲିଙ୍କ ସହ ହୋଇଥିଲା। ସଞ୍ଜୁ କିଛି ମାସ ପର୍ଯ୍ୟନ୍ତ ମୋହନଙ୍କ ସହ ଗୋଟିଏ ଘରେ ରହୁଥିଲେ। ଅକ୍ଟୋବର ମାସରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସଞ୍ଜୁ ମୋହନଙ୍କ ବିରୋଧରେ ରାମୋଲ ଥାନାରେ ଅପହରଣ ଏବଂ ଲୁଟର ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.