ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୨ ରନ୍ ବଳରେ ଆର୍‌ସିବିକୁ ୧୬୯ ରନ୍‌ର ଟାର୍ଗେଟ୍‌ ଦେଲା ଗୁଜରାଟ ଟାଇଟନ୍ସ

Published By : Prameya-News7 Bureau | May 19, 2022 IST

ମୁମ୍ବାଇ: ଆଇପିଏଲ୍‌ର ଆଜି ୬୭ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରେ ୧୬୮ ରନ୍ କରିଛି ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ। ଏଥିପାଇଁ ଦଳକୁ ୫ଟି ୱିକେଟ୍ ହରାଇବାକୁ ପଡ଼ିଛି।

ଦଳ ପକ୍ଷରୁ କ୍ୟାପ୍ଟେନ୍ ହାର୍ଦ୍ଦିକ୍ ପାଣ୍ଡ୍ୟା ନଟ୍‌ଆଉଟ୍ ରହିବା ସହ ସର୍ବାଧିକ ୬୨ ରନ୍ କରିଥିବା ବେଳେ ଡେଭିଡ୍ ମିଲର ୩୪ ଓ ୱିକେଟ କିପର ରିଦ୍ଧିମାନ ସାହା ୩୧ ରନ୍‌ କରିଛନ୍ତି। ଏହି ତିନି ବ୍ୟାଟରଙ୍କ ରନ୍ ବଳରେ ଗୁଜରାଟ ଟାଇଟନ୍ସ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୬୯ ରନ୍‌ର ଟାର୍ଗେଟ୍ ଦେଇଛି।

ଗୁଜରାଟ ପକ୍ଷରୁ ଶୁଭମନ ଗିଲ ୧, ମାଥ୍ୟୁ ୱେଡ୍ ୧୬, ରାହୁଲ ତେୱାତିଆ ୨, ରଶିଦ୍ ଖାନ ୧୯ ରନ୍ କରି ନଟ୍‌ଆଉଟ ରହିଥିଲେ। ପ୍ରଥମ ୫ ଓଭରରେ ୨୧ ରନ୍ ବେଳକୁ ଶୁଭମନ ଗିଲ୍‌ଙ୍କ ନାମରେ ପ୍ରଥମ ୱିକେଟ୍ ପଡ଼ିଥିଲା। ଏହାପରେ ୩୮ ରନ୍‌ରେ ଦ୍ୱିତୀୟ ୱିକେଟ୍(ମାଥ୍ୟୁ ୱେଡ୍), ୬୨ ରନ୍‌ରେ ତୃତୀୟ ୱିକେଟ୍(ରିଦ୍ଧିମାନ ସାହା), ୧୨୩ରେ ଚୁତୁର୍ଥ (ଡେଭିଡ୍ ମିଲର) ଓ ୩୧୨ ରନ୍ ବେଳକୁ ପଞ୍ଚମ ୱିକେଟ୍ ଭାବରେ ରାହୁଲ ତେୱାତିଆଙ୍କ ୱିକେଟ୍ ଯାଇଥିଲା। ସେତେବେଳେ ୧୭.୩ ଓଭର ଖେଳ ଚାଲିଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରଶିଦ ଖାନ ଦୁହେଁ ମିଶି ଦଳର ସ୍କୋର୧୬୮ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।

ସେହିପରି ବ୍ୟାଙ୍ଗଲୋର ପକ୍ଷରୁ ଜସ୍ ହେଜେଲଉଡ୍ ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ମାକ୍ସୱେଲ୍ ଓ ୱାନିନ୍ଦ ହସରଙ୍ଗା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଦଳ ପକ୍ଷରୁ ମହାଙ୍ଗା ସାବ୍ୟସ୍ତ ହୋଇଥିଲେ ସିଦ୍ଧାର୍ଥ କୌଲ। ସେ ୪ ଓଭର କରି ୪୩ ରନ୍‌ ଦେଇଥିବା ବେଳେ ଗୋଟିଏ ବି ୱିକେଟ ନେଇ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.