ଆସନ୍ତାକାଲି ଉପକୂଳ ଛୁଇଁବ ସାମୁଦ୍ରିକ ଝଡ ‘ବାୟୁ’, ମୁକାବିଲା ଲାଗି ଓଡିଶାର ପରାମର୍ଶ ନେଲା ଗୁଜରାଟ

Published By : Prameya-News7 Bureau | June 12, 2019 IST

ଭୁବନେଶ୍ବର ୧୨|୬: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁବ । ପୋର ବନ୍ଦର ଓ ମାହୁଭା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ। ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବର୍ଷା ଓ ପବନ ଲାଗି ରହିବ। ଏହି ସାମୁଦ୍ରିକ ଝଡକୁ ନେଇ ଗୁଜରାଟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏନଡିଆରଏଫ ମୁତୟନ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଲୋକଙ୍କ ଧନ ଜୀବନ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ନିର୍ଦେଶ ଦିଆଯାଇଛି। ସେହିପରି ନୌସେନା, ସେନା ଓ ବାୟୁସେନାର ଟିମ୍ କୁ ମଧ୍ୟ ସଜାଗ ରଖାଯାଇଛି।

ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଓଡ଼ିଶା ସରକାରଙ୍କ ପରାମର୍ଶ ନେଇଛନ୍ତ ଗୁଜୁରାଟ ସରକାର । ଗତମାସରେ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାରେ ବିଶେଷ ପ୍ରଭାବିତ ହୋଇଥିଲା । ବାତ୍ୟା ପୂର୍ବରୁ କିଭଳି ପ୍ରସ୍ତୁତି ଏବଂ ପଦକ୍ଷେପ ନେଇଥିଲେ ସେ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା କରିଛନ୍ତି ଗୁଜୁରାଟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.