ଗୁଜୁରାଟର ବୈଜ୍ଞାନିକଙ୍କୁ ମିଳିଲା ସଫଳତା : ଆବିଷ୍କାର କଲେ କରୋନାର ଜେନୋମ ସିକ୍ବେନ୍ସ, ଚିକିତ୍ସାରେ ହେବ ସହାୟକ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ ୧୬।୪: ସାରା ବିଶ୍ବରେ ଏବେ ସଙ୍କଟ ହୋଇଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ସାରା ବିଶ୍ବର ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଏହି ଭାଇରସ୍ ର ପ୍ରତିରୋଧ ପାଇଁ କିପରି ଟୀକା ପ୍ରସ୍ତୁତ କରାଯିବ ସେନେଇ ଅନୁସନ୍ଧାନ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଗୁଜୁରାଟର ବୈଜ୍ଞାନିକମାନେ ଏକ ବଡ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ କରୋନା ଭାଇରସ୍ ର ସମ୍ପୂର୍ଣ୍ଣ ଜିନୋମ ସିକ୍ବେନ୍ସ ଆବିଷ୍କାର କରିଛନ୍ତି ।

ରିପୋର୍ଟ ଅନୁସାରେ ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (GBRC) ର ବୈଜ୍ଞାନିକମାନେ କରୋନା ଭାଇରସର ସମ୍ପୂର୍ଣ୍ଣ ଜିନୋମ ସିକ୍ବେନ୍ସ ଆବିଷ୍କାର କରିଛନ୍ତି ।GBRC ନିର୍ଦ୍ଦେଶକ ଚୈତନ୍ୟ ଯୋଶୀ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହାକୁ ରିଟ୍ବିଟ୍ କରି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛି । ଜେନୋମ ସିକ୍ବେନ୍ସରେ କରୋନା ଭାଇରସର ଉତ୍ପତ୍ତି, ଔଷଧ ତିଆରି, ଟୀକା ବିକଶିତ କରିବା, ଭାଇରସକୁ ଟାର୍ଗେଟ କରିବା ଏବଂ ଭାଇରସ୍ ବିଲୋପ ବିଷୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ ପ୍ରକାଶ ପାଇବ ।

GBRC ନିର୍ଦ୍ଦେଶକ ଚୈତନ୍ୟ ଯୋଶୀ କହିଛନ୍ତି ଯେ, ଗୁଜୁରାଟର ଅନେକ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ଶରୀରରୁ ଆମେ ଭାଇରସ୍ ଜିନ୍ସ ନେଇଛୁ । ଅନେକ ସ୍ଥାନରୁ ନମୁନା ନେବା ପରେ, ପ୍ରାୟ ୧୦୦ ନମୁନାର DNA ପରୀକ୍ଷା କରାଯାଇଥିଲା । ତାପରେ ଆମେ ପୁରା ଜିନୋମ ସିକ୍ବେନ୍ସ ଖୋଜିବାରେ ସକ୍ଷମ ହୋଇଛୁ । କରୋନା ଭାଇରରେ ୯ଟି ପରିବର୍ତ୍ତନ ହୋଇଛି । ଏହା ଲାଭଦାୟକ ହେବ ଯେ ଆମେ କରୋନା ଟୀକା ପାଇବାରେ ସକ୍ଷମ ହେବା । ଏହାସହ ଔଷଧ ତିଆରି କରିବାରେ ଏହା ବହୁତ ସହାୟକ ହେବ । କରୋନା ଭାଇରସରେ ମାସକୁ ଦୁଇଥର ମ୍ୟୁଟେସନ ଚିହ୍ନଟ ହୋଇଛି । ଅର୍ଥାତ୍ କରୋନା ଭାଇରସ୍ କ୍ରମାଗତ ଭାବରେ ନିଜକୁ ପରିବର୍ତ୍ତନ କରୁଛି । ତଥାପି ପୂର୍ବ ଅନୁସନ୍ଧାନ ଅନୁଯାୟୀ, କରୋନା ଭାଇରସର ଜିନୋମରେ ହେଉଥିବା ପରିବର୍ତ୍ତନ ସାମାନ୍ୟ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.