ଡେପୁଟି ସିଏମ ନୀତିନ ପଟେଲ ଜାହିର କଲେ ଅସନ୍ତୋଷ: କହିଲେ ମୁଁ କେବଳ ଜଣେ ନୁହେଁ, ଯିଏ ବସ୍ ଫେଲ୍ ହୋଇଛି

Published By : Prameya-News7 Bureau | September 13, 2021 IST

ଗୁଜରାଟ ୧୩/୦୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବାର କିଛି ଘଣ୍ଟା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଡେପୁଟି ସିଏମ୍ ନୀତିନ ପଟେଲ । ସେ କହିଛନ୍ତି ଯେ ସେ ତାଙ୍କ ଜୀବନରେ ଅନେକ କାର୍ଯ୍ୟ କରିଛନ୍ତି । ଏମିତିକି ଉପରକୁ ଉଠିବା ସହ ତଳକୁ ଖସିଥିବା ବି ଦେଖିଛନ୍ତି । ସେମାନେ ସମସ୍ତେ ହୃଦୟରେ ରହିଥାନ୍ତି, ଆଉ ସେମାନଙ୍କୁ କେହି ମନରେ କାଢିପାରେନି ।

ରବିବାର ହସପିଟାଲର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଲୋକଙ୍କୁ ସମ୍ୱୋଧନ କରି ନୀତିନ ପଟେଲ କହିଛନ୍ତି ଖୁସି ମିଜ୍ଜାଜରେ କହିଛନ୍ତି ଯେ ସେ ଏକା ନୁହଁନ୍ତି ଯାହାର ବସ୍ ପଳେଇଛି । ଏମିତି ଅନେକ ଅଛନ୍ତି ଯେଉଁମାନେ ଏ ପରିସ୍ଥିତିର ଶିକାର ହୋଇଛନ୍ତି । ମୋ ପରି ଆହୁରି ଅନେକ ନେତା ମଧ୍ୟ ଦଳରେ ରହିଛନ୍ତି । ଗୁଜୁରାଟରେ ଶନିବାର ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିନ ପଟେଲ ମୁଖ୍ୟ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ପରେ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି କିଛି ଅଲା ହୋଇଥିଲା । ସବୁ ବିବାଦରେ ପୂର୍ଣ୍ଣଛେଦ ପକାଇ ଦଳର ହେବିଓ୍ୱେଟ ଭୂପେନ୍ଦ୍ର ପଟେଲଙ୍କ ନାଁରେ ମୋହର ମାରିଥିଲେ । ତେବେ ଏହି ନିଷ୍ପତ୍ତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ ଖୁସି ନଥିଲେ । ଏହା ସହ କହିଥିଲେ ମୋ ଭଳି ଅନେକ ଅଛନ୍ତି ଯେଉଁମାନେ କି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଯେତେବେଳେ ବିଜୟ ରୁପାଣୀଙ୍କ ସହ ଭୂପେନ୍ଦ୍ର ପଟେଲଙ୍କ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇ ସରକାରୀ ଗଠନ ନେଇ ଦାବି ରିଥିଲେ ସେତେବେଳେ ନୀତିନ ପଟେଲ ସେଠାରେ ନଥିଲେ ।

ନୀତିନ ପଟେଲ କହିଛନ୍ତି, 'ଆହୁରି ଅନେକ ଅଛନ୍ତି ଯାହାର ବସ୍ ମିସ୍ ହୋଇଛି । ମୁଁ ଏକା ନୁହେଁ ତେଣୁ ସେହି ଦୃଷ୍ଟିକୋଣରୁ ଏହାକୁ ଦେଖ ନାହି । ଲୋକମାନେ ଭୁଲ ଅନୁମାନ କରନ୍ତି । ମୁଁ ଯାଦବ ଜୀଙ୍କୁ (ବିଧାନସଭା ପାର୍ଟି ବୈଠକ ପରେ) କହିଥିଲି ଯେ ମୋତେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡିବ । ଯଦି ଏହା ଆବଶ୍ୟକ ହୋଇନଥାନ୍ତା, ମୁଁ ଏଠାକୁ ଆସି ନ ଥା'ନ୍ତି । କିନ୍ତୁ ଏହା ଆବଶ୍ୟକ ଥିବାରୁ ଯାଦବଜୀ ମଧ୍ୟ ଏହାକୁ ଅନୁମତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.