ଘରକୁ ଯିବାକୁ ପାଖରେ ନଥିଲା ଟଙ୍କା, ୧୩ ଜଣ ପ୍ରବାସୀ ଶ୍ରମିକଙ୍କ ଲାଗି ଟିକେଟ୍ କିଣି ଟ୍ରେନରେ ବସାଇଲେ ପୋଲିସ୍

Published By : Prameya-News7 Bureau | May 07, 2020 IST

ଅହମ୍ମଦାବାଦ ୦୭।୦୫: ଲକ୍‌ଡାଉନ୍‌  କାରଣରୁ ରାଜ୍ୟରେ ୪୦ରୁ ଅଧିକ ଦିନ ଫସି ରହିବା ପରେ ୧୩ ଜଣ ପ୍ରବାସୀ ଶ୍ରମ ଜୀବୀଙ୍କ ଏକ ଗୋଷ୍ଠୀ ବୁଧବାର ସନ୍ଧ୍ୟାରେ ଗୁଜରାଟର ଜାମନଗର ରେଲଓ୍ଵେ ଷ୍ଟେସନରେ ପହଞ୍ଚିଥିଲେ। ହେଲେ ଯେବେ ଜାଣିବାଇକୁ ପାଇଲେ ଯେ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନରେ ସେମାନେ ଯାତ୍ରା କରି ପାରିବେ ନାହିଁ, ସେମାନଙ୍କ ଉପରେ ପାହାଡ  ଖସି ପଡିଥିଲା। କାରଣ ତାଙ୍କ ପାଖରେ ଟିକେଟ୍ କିଣିବାକୁ ପାଖରେ ଅର୍ଥ ମଧ୍ୟ ନଥିଲା। ପ୍ରତି ଟିକେଟ୍‌ର ଦାମ ୭୨୫ ଟଙ୍କା ଥିଲା।

ଶ୍ରମିକଙ୍କ ଏମିତି ସ୍ଥିତି ଜାଣିବା ପରେ ଜାମନଗର ପୋଲିସ ସହାୟତା କରିବାକୁ ଆଗକୁ ଆସିଥିଲେ ଏବଂ ୧୩ ଶ୍ରମିକଙ୍କ ଲାଗି ଟିକେଟ୍ କିଣି ଦେଇଥିଲେ। ସେମାନଙ୍କୁ ସୁନିଶ୍ଚିତ କରାଗଲା ଯେ, ସେମାନେ ଗୁରୁବାର ସୁଦ୍ଧା ଟ୍ରେନରେ ନିଜ ଘରେ ପହଞ୍ଚି ଯିବେ।

ଶ୍ରମିକଙ୍କ ଏହି ସ୍ଵତନ୍ତ୍ର ଟ୍ରେନ୍ ବୁଧବାର ସନ୍ଧ୍ୟାରେ ଜାମନଗର ରେଲଓ୍ଵେ ଷ୍ଟେସନରୁ ୧୨୦୦ ଯାତ୍ରୀଙ୍କୁ ନେଇ ୟୁପିର ଗାଜିପୁର ଷ୍ଟେସନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଥିଲେ। ଡାୟରଡ ଜିଆଇଡିସି ଔଦୋଗିକି କ୍ଷେତ୍ରରେ ସ୍ଥିତ କାରଖାନାଗୁଡିକରେ କାମ କରୁଥିବା ଏହି ପ୍ରବାସୀ ଶ୍ରମିକଙ୍କୁ ପ୍ରଥମେ ଚିହ୍ନଟ କରାଯାଇଥିଲା ଏବଂ ନିଜ ଗୃହ ରାଜ୍ୟକୁ ଫେରାଇ ନେବା ଲାଗି ନାମ ପଞ୍ଜୀକରଣ କରାଯାଇଥିଲା।

ଜାମନଗର ପୋଲିସ ଅଧୀକ୍ଷକ ଶରଦ ସିଙ୍ଘଲ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଚିହ୍ନଟ କରାଯାଇ ପ୍ରକ୍ରିୟା ଅନୁସାରେ ସେମାନଙ୍କର ନାମ ପଞ୍ଜୀକରଣ କରାଯାଇଥିଲା। ଏହା ପରେ ଡେୟାରଡିଡ୍ ଜିଆଇଡିସି କ୍ଷେତ୍ରରୁ ବସ୍ ଯୋଗେ ରେଲଓ୍ଵେ ଷ୍ଟେସନ୍ ପର୍ଯ୍ୟନ୍ତ ଅଣାଯାଇଥିଲା। ମାତ୍ର ରେଲଓ୍ଵେ ପରିସରରେ ପହଞ୍ଚିବା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ରେଲଓ୍ଵେ ଯାତ୍ରା ପାଇଁ ଟିକେଟ୍ ଦରକାର। ସେମାନଙ୍କ ମଧ୍ୟରୁ ୧୩ ଜଣ ଏମିତି ଥିଲେ ଯାହାଙ୍କ ପାଖରେ ପଇସା ନଥିବାରୁ ଟ୍ରେନରେ ଚଢି ପାରିନଥିଲେ। ସେମାନେ ଷ୍ଟେସନରୁ ଫେରିବା ଆରମ୍ଭ କରିଥିଲେ। ଯେବେ ଆମର ପରିଚାଳନା ସମୂହ(SOG)ର ଟିମ୍ ସେମାନଙ୍କୁ ଯାଞ୍ଚ କଲେ, ସେମାନେ ଆମକୁ ଡେରରେଡ୍ ଆଇଆଇଡିସି ଫେରି ଯାଉଥିବା କହିଥିଲେ। ଆମେ ଜାଣିବାକୁ ପାଇଲୁ ଯେ, ଟ୍ରେନ୍‌ ଟିକେଟ୍ ଲାଗି ସେମାନଙ୍କ ପାଖରେ ପଇସା ନାହିଁ। ଏହା ପରେ ଆମ ଟିମ୍ ୧୩ ଜଣଙ୍କ ଲାଗି ଟିକେଟ୍ କିଣିବାକୁ ନିଷ୍ପତ୍ତି ନେଇଥିଲେ, ଯଦ୍ଵାରା ସେମାନେ ଘରେ ପହଞ୍ଚି ପାରିବେ। ଗୋଟିଏ ଟିକେଟ୍‌ର ଦାମ ୭୨୫ ଟଙ୍କା ଥିଲା।

ଉଲ୍ଲେଖଯୋଗ୍ୟ, ଗତ ଦିନରେ ଗୁଜରାଟ ୧୦୧ଟି ସ୍ଵତନ୍ତ୍ର ଟ୍ରେନରେ ଏକଲକ୍ଷ ୨୦ ହଜାର ଶ୍ରମିକଙ୍କୁ ସେମାନଙ୍କ ଗୃହ ରାଜ୍ୟକୁ ପଠାଇଛି। ସେଥିରୁ ୩୪ଟି ଟ୍ରେନ  ଗୁରୁବାର ନିଜର ଗନ୍ତବ୍ୟ ଷ୍ଟେସନ୍ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିରୁ ୨୦ ଟ୍ରେନ୍ ଉତ୍ତର ପ୍ରଦେଶ, ପାଞ୍ଚ ଓଡିଶା, ଚାରି ବିହାର, ଦୁଇଟି ଝାରଖଣ୍ଡ ଓ ମଧ୍ୟ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.