ରାଜସ୍ଥାନ ଓ ଗୁଜରାଟ ସୀମାଦେଇ ଭାରତ ଭିତରକୁ ୪ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ଦେଲା ଆଇବି, ସମଗ୍ର ଦେଶରେ ହାଇ ଆଲର୍ଟ

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ ୨୦|୮: କାଶ୍ମୀରରୁ ଧାରା ୩୭୦ ଧାର ଉଚ୍ଛେଦ ପରଠୁ ପାକିସ୍ତାନ ଘାଇଲା ବାଘଭଲି ଆଚରଣ ପ୍ରଦର୍ଶନ କରିଆସୁଛି । ଯେ କୌଣସି ଉପାୟରେ ଭରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ବରାବର ଉଦ୍ୟମ କରିଆସୁଛି । ସଦ୍ୟ ମିଳିଥିବା ଖବର ଅନୁସାରେ ୪ଜଣ ଦୁର୍ଦ୍ଧଶ ଆତଙ୍କବାଦୀ ରାଜସ୍ତାନ ଓ ଗୁଜାରାଟ ସୀମାଦେଇ ଭାରତରେ ପ୍ରବେଶ କରିସାରିଛନ୍ତି ।

{"id":146432}

ଏମାନେ ଯେ କୌଣସି ମୁହୂର୍ତ୍ତରେ ବଡଧରଣର ଅଘଟଣ ଘଟାଇବାର ଆଶଂକା କରାଯାଉଛି । ସେଥିପାଇଁ ରାଜସ୍ଥାନ ଓ ଗୁଜରାତ ପୋଲିସକୁ ଆଲର୍ଟ କରାଯାଇଥିବାବେଳେ ସମଗ୍ର ଦେଶରେ ମଧ୍ୟ ହାଇ ଆଲର୍ଟ ଜାରୀ କରାଯାଇଛି । ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଆଇଏସଆଇ ଏଜଣ୍ଟଙ୍କ ସହ ଆଫଗାନିସ୍ତାନ ପାସପୋର୍ଟ ମାଧ୍ୟମରେ ଭାରତରେ ଅନୁପ୍ରେଶ କରିଥିବା ଗୁଇନ୍ଦା ଖବର ହସ୍ତଗତ ହୋଇଛି । ଜଣଙ୍କ ଫଟୋ ମଧ୍ୟ ହସ୍ତଗତ ହୋଇଛି ।

{"id":146433,"width":566,"height":324}

ବିଭିନ୍ନ ଜନଗହଳିପୂର୍ଣ୍ଣ ଏବଂ ସର୍ବସାଧାରଣ ସ୍ଥାନକୁ ଏହି ଆତଙ୍କବାଦୀମାନେ ଟାର୍ଗେଟ କରୁଥିବା ଜଣାପଡିବାପରେ ଏହି ସବୁ ଅଞ୍ଚଳରେ ପୋଲିସ ମୁତୟନ କରାଯାଉଛି । ହୋଟେଲ , ଢାବା, ରେଳଷ୍ଟେଶନ, ବସଷ୍ଟାଣ୍ଡ ଆଦି ସର୍ବସାଧାରଣ ସ୍ଥାନ ଉପରେ ଅଧିକ ନଜର ରଖିବା ଲାଗି ପୋଲିସକୁ ଆଡଭାଇଜରୀ ଜାରୀ କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ବୁଲେଟପ୍ରୁଫ ପିନ୍ଧିଥିବା ଜବାନମାନଙ୍କୁ ମୁତୟନ କରାଯାଇଛି ।

{"id":146434}

ଧାରା ୩୭୦ ଉଚ୍ଛେଦ ପରଠୁ ଭାରତରେ ବଡଧରଣର ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ କରିଆସୁଛି । ଜମ୍ମୁକାଶ୍ମୀରର ନୌସରା ସେକ୍ଟରରେ ପାକିସ୍ତାନ ପଟୁ ପ୍ରବଳ ଗୁଳିବର୍ଷା ହେଉଛି । ଗତ ରବିବାର ଦିନ ପାକିସ୍ତାନ ସେନା ମୋର୍ଟାର ମାଡ କରିଥିଲା । ଏଥିରେ ଜଣେ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହି ଗୋଳାବାରୀ ମଧ୍ୟରେ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ପାର କରିବା ଲାଗି ପାକିସ୍ତାନ ଉଦ୍ୟମ କରିଆସୁଛି । ତେବେ ସୀମାରେ ଭାରତୀୟ ଜବାନ ମଧ୍ୟ ପାକିସ୍ତାନକୁ କଡା ଜବାବ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.