ଏକ ତୃତୀୟାଂଶ ବହୁମତରେ ସରକାର ଗଢୁଥିଲେ ହାର୍ଦ୍ଦିକ ପଟେଲ, ଟ୍ରୋଲ୍ ହେବାରୁ ଡିଲିଟ୍ କଲେ ଟ୍ଵିଟ୍

Published By : Prameya-News7 Bureau | July 12, 2020 IST

ନୂଆଦିଲ୍ଲୀ ୧୨।୦୭: ଗୁଜରାଟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେବା ମାତ୍ରେ ଯୁବ ନେତା ହାର୍ଦ୍ଦିକ ପଟେଲ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହୋଇଛନ୍ତି। କାର୍ଯ୍ୟକାରୀ ସଭାପତି ହେବା ପରେ ହାର୍ଦ୍ଦିକ ଟ୍ଵିଟ୍‌ କରିଥିଲେ। ଏଥିରେ ସେ ଏମିତି କିଛି ଲେଖିଥିଲେ ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଏହା ପରେ ହାର୍ଦ୍ଦିକ ପଟେଲଙ୍କୁ ନିଜର ଟ୍ଵିଟ୍ ଡିଲିଟ୍ କରିବାକୁ ପଡିଛି। ଏହି ଟ୍ଵିଟ୍‌ରେ ସେ ୨୦୨୨ରେ କଂଗ୍ରେସ ସରକାର ଗଢିବା କଥା କହିଥିଲେ।

ହାର୍ଦ୍ଦିକ ପଟେଲ ଗୁଜରାଟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତି ପାଇଁ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ହାର୍ଦ୍ଦିକ ପଟେଲ ଲେଖିଛନ୍ତି ଯେ, ୨୦୨୨ ବିଧାନସଭା ନିର୍ବାଚନରେ ଗୁଜରାଟରେ କଂଗ୍ରେସ ଏକ ତୃତୀୟାଂଶ ବହୁମତ ସହ ସରକାର ଗଠନ କରିବ।

{"id":299538,"sizeSlug":"large"}

ହାର୍ଦ୍ଦିକ ପଟେଲ ଟ୍ଵିଟ୍ କରିଛନ୍ତି, ଆଦରଣୀୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୃତଜ୍ଞତା ଜଣାଉଛି। ଗଣତନ୍ତ୍ର ଏବଂ ସମ୍ବିଧାନ ବଞ୍ଚାଇବା ପାଇଁ କଂଗ୍ରେସ୍ ପାର୍ଟି ଲଢେଇ ଜାରି ରଖିଛି। ଗୁଜରାଟର ବିଭିନ୍ନ ପ୍ରସଙ୍ଗକୁ ମହତ୍ଵ ଦିଆଯିବ ଏବଂ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ଏକ ତୃତୀୟାଂଶ ବହୁମତ ସହ ସରକାର ଗଠନ କରିବ।

ଡିଲିଟ୍‌ କରିବାକୁ ପଡିବ ଟ୍ଵିଟ୍‌

ଉଲ୍ଲେଖଯୋଗ୍ୟ, କୌଣସି ବି ରାଜ୍ୟରେ ସରକାର ଗଠନ ପାଇଁ ହେଲେ ରାଜନୈତିକ ଦଳକୁ ସାମ୍ବିଧାନିକ ନିୟମ ଅନୁଯାୟୀ ବିଧାନସଭାର ମୋଟ୍ ଆସନ‌ଠୁ ଅଧାରୁ ଅଧିକ ଜିତିବା ଜରୁରୀ ହୋଇଥାଏ। ମାତ୍ର ହାର୍ଦ୍ଦିକ ପଟେଲ୍ ଲେଖିଥିଲେ ଯେ, କଂଗ୍ରେସ ଗୁଜରାଟରେ ଏକ ତୃତୀୟାଂଶ ଆସନ ସହ ସରକାର ଗଠନ କରିବ। କିଛି ସମୟ ପରେ ହାର୍ଦ୍ଦିକ ପଟେଲ ନିଜର ଭୁଲ ବୁଝି ପାରିଥିଲେ ଏବଂ ନିଜଟ ଟ୍ଵିଟ୍ ଡିଲିଟ୍ କରି ନୂତନ ଟ୍ଵିଟ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.