Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଗୁଜୁରାଟ ନଗର ନିଗମ ନିର୍ବାଚନ : ଚାଲିଲା ମୋଦୀଙ୍କ ଯାଦୁ, ଏବେସୁଦ୍ଧା ୬୦ଟି ଆସନରେ ବିଜେପି ଆଗରେ

23/02/2021 at 11:49 AM

ଅହମ୍ମଦାବାଦ,୨୩/୦୨:  ଗୁଜୁରାଟରେ ମଙ୍ଗଳବାର ନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଶାସକ ଦଳ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ନିର୍ବାଚନକେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭୋଟ୍ ଗଣତିରେ ମଧ୍ୟ ସେପରି କିଛି ଫଳାଫଳ ସାମ୍ନାକୁ ଆସୁଛି । ତେବେ ପ୍ରଥମ ଥର ନଗର ନିଗମ ନିର୍ବାଚନରେ ଲଢିଥିବା ଆମ୍ ଆଦମୀ ପାର୍ଟି ଓ ଏଆଇଏମଆଇଏମ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ କରିଛି । ଏବେବି ଭୋଟ୍ ଗଣତି ଜାରି ରହିଛି । ସୂଚନାଯୋଗ୍ୟ, ଅହମ୍ମଦାବାଦ ସମେତ ୬ ମହାନଗରର ୫୭୬ ସିଟରେ ମତଦାନ ହୋଇଥିଲା ।

ଅହମ୍ମଦାବାଦରେ ଭୋଟ୍ ଗଣତି ଜାରି ରହିଛି । ଏଠାରେ ଅସଦୁଦ୍ଦୀନ ଓଓ୍ୱେସୀଙ୍କ ଦଳ ୪ଟି ଆସନରେ ଆଗୁଆ ଥିବା ବେଳେ ଆପ୍ ୧୨ଟିରେ ଆଗୁଆ ରହିଛି । ବିଜେପି ୪୩ଟି ଆସନରେ ଆଗୁଆ ଅଛି । ସେହିପରି କଂଗ୍ରେସ ୫ଟିରେ ଆଗୁଆ ଅଛି ।

ରାଜକୋଟରେ ମଧ୍ୟ ୧୪ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । କେବଳ ୨ଟି ଆସନରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଛି । ସେହିପରି ସୁରଟରେ ବିଜେପି ୧୬, କଂଗ୍ରେସ ୫ଟି ଆସନରେ ଆଗୁଆ ଅଛନ୍ତି । ଏଠାରେ ଆମ୍ ଆଦମୀ ପାର୍ଟି ମଧ୍ୟ ୩ଟି ଓ୍ୱାର୍ଡରେ ଆଗୁଆ ରହିଛି ।

ବଦୋଦରାରେ ବିଜେପି ୬, କଂଗ୍ରେସ ୨ ଓ ଜାମନଗରରେ ବିଜେପି ୧୧ ଓ ଆପ୍ ୧ଟି ଆସନରେ ଆଗୁଆ ରହିଛନ୍ତି । ଏଠାରେ କଂଗ୍ରେସ ଗୋଟିଏ ଆସନରେ ପଛୁଆ ରହିଛି । ପରେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ହୋଇପାରେ ।

   Related Posts