ଲୋକସଭା ନିର୍ବାଚନରେ କଂଗ୍ରେସ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି : ବିଜୟ ରୂପାଣୀ

Published By : Prameya-News7 Bureau | March 26, 2019 IST

ଅହମ୍ମଦାବାଦ ୨୬|୩ : ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ମନ୍ତ୍ରୀଙ୍କ ବୟାନବାଜି ମଧ୍ୟ ଥମିବାରେ ନାଁ ନେଉନାହିଁ । ଏ ଭିତରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଯଦି ଦେଶରେ କଂଗ୍ରେସ ଜିତେ ତେବେ ପାକିସ୍ତାନରେ ଦୀପାବଳି ପାଳନ କରାଯିବ ।

ବିଜୟ ରୂପାଣୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ବିଜୟ ସଂକଳ୍ପ ରାଲିରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଥିଲେ ମେ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କ୍ଷମତାକୁ ଫେରିବେ। ଏହାପରେ ପାକିସ୍ତାନ ପୁଣି ଶୋକସାଗରରେ ଡୁବିଯିବ। ସେ କହିଛନ୍ତି ଯେ ସାରା ବିଶ୍ବ ଜାଣିସାରିଲାଣି ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଶରଣ ଦେଇଛି।

ଏପରିକି ସାମ୍ ପିଟ୍ରୋଡା କହିଥିଲେ କିଛି ଲୋକଙ୍କ ଲାଗି ପୁଲଓ୍ଵାମା ଆକ୍ରମଣ ପାଇଁ ପାକିସ୍ତାନକୁ ଦୋଷୀ ସାବ୍ୟସ୍ତ କରିବା ଠିକ୍ ନୁହେଁ ବୋଲି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତାମାନେ ସେନାର ଅପମାନ କରୁଛନ୍ତି ବୋଲି ମଧ୍ୟ ରୂପାଣୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.